ସର୍ବଭାରତୀୟ ଛିନ୍ଦେଇକେଲା କପ ଉଦଘାଟିତ : ସେମିରେ ବଲାଙ୍ଗୀର – ପଦ୍ମପୁର

 ଓଡ଼ିଶା ତାଜା ନ୍ୟୁଜ (୨୪ ଡିସେମ୍ବର୨୦୨୦,ଗୁରୁବାର ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ମିନି ଷ୍ଟାଡିୟମରେ ଆୟୋଜିତ ୨୬ ତମ ସର୍ବଭାରତୀୟ ଛିନ୍ଦେଇକେଲା କପ ଆରମ୍ଭ ହୋଇ ଯାଇଛି। ଛିନ୍ଦେଇକେଲା ସରପଞ୍ଚ ରାମଚନ୍ଦ୍ର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ। ପଦ୍ମପୁର ଓ ବଲାଙ୍ଗୀର ମଧ୍ୟରେ ଉଦଘାଟନୀ ମ୍ୟାଚରେ ବଲାଙ୍ଗୀର ପ୍ରଥମ ବ୍ୟାଟିଂ କରି ୨୦ ଓଭରରେ ନିକୁ ସିଂହଦେଓ ୫୮ ରନ,ଶୁଭମ କୁମାର ସାହୁ ୫୬ ରନ ଓ ମାନସ ମିଶ୍ର ୧୯ ରନ ବଳରେ ୬ ଓ୍ବେକେଟ ହରାଇ ୧୮୩ ରନ କରିଥିଲେ ।

ପଦ୍ମପୁରରୁ ସୋମେଶ ମାଝୀ ୨ ଓ୍ବେକେଟ, ଦୀପକ ଜୟପୁରିଆ,ହର ବେଣ୍ଟକାର ୧ ଓ୍ବେକେଟ ଅକ୍ତିଆର କରିଥିଲେ । ଦ୍ବିତୀୟ ଇନିଂସରେ ପଦ୍ମପୁରରୁ ଚିନ୍ମୟ ୪୭ ରନ, ବିକାଶ କୁମାର ୧୨ ରନ ବଳରେ ୧୪.୫ ବଳରେ ସମସ୍ତ ଓ୍ବେକେଟ ହରାଇ ବଲାଙ୍ଗୀର ଠାରୁ ୯୫ ରନରେ ପରାଜିତ ହୋଇଥିଲେ। ଓସିଏ ଅମ୍ପାୟାର ଚୂଡାମଣି ପାଢୀ ଓ ବିକାଶ ମେହେର ଖେଳ ପରିଚାଳନା କରିଥିଲେ। ପ୍ରମୋଦ ଦାଶ ଓ ଋଷଭ ସାହୁ ସ୍କୋରର ଥିଲେ ।

ପତିତପାବନ ସାହୁ, ପ୍ରହ୍ଳାଲାଦ ଭୋଇ,ସୁନାଧର ଭୋଇ ଖେଳ ଧାରାବିବରଣୀ ଦେଇଥିଲେ। ପୁରସ୍କାର ବିତରଣରେ ଛିନ୍ଦେଇକେଲାର ଖାଡିଆ ସାହୁ ଅତିଥି ଭାବେ ଯୋଗ ବିଜୟୀ ଦଳର ନିକୁ ସିଂହଦେଓଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଦେଇ ପୁରସ୍କୃତ କରିଥିଲେ। ରୂପକ ସେଟ,ଗଜିନ ବରିହା,ନିକୁ ସାହୁ,ଧିରେନ ଧରୁଆ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତାକାଲି ବଗବହରା ଓ କଣ୍ଟାବାଞ୍ଜି ମଧ୍ୟରେ ମ୍ୟାଚ ହେବା ବୋଲି ଆୟୋଜକ କମିଟି ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ କହିଛନ୍ତି ।(ବରଗଡ଼ ଜିଲ୍ଳା ପଦ୍ମପୁର ରିପୋର୍ଟ /ନିରୋଜ କୁମାର ପାଣୀ )