।। ଲକ୍ଷ ଲକ୍ଷ ଓଡ଼ିଆଙ୍କ ହୃଦୟ ଜିତି ଥିଲେ ଖୋକା ଭାଇ , ଆଜି ବି ସେ ସ୍ମୃତି ମନେପଡ଼େ ।।

 ଓଡ଼ିଶା ତାଜା ନ୍ୟୁଜ (୨୨ ଡିସେମ୍ବର ମଙ୍ଗଳବାର )ଭୁବନେଶ୍ୱର :- ମୃତ୍ୟୁ ପରେ ଜୀବନ ଶେଷ ହୋଇଯାଏ । ହେଲେ ଯେଉଁ ମାନଙ୍କରମୃତ୍ୟୁ ପରେ ଜୀବନ ଆରମ୍ଭ ହୋଇଥାଏ ସେମାନେ ହିଁ ମହାପୁରୁଷ ହୋଇ ରହିଥାନ୍ତି । ଅକ୍ଷୟ ମହାନ୍ତି ସେହିଭଳି ଏକ ବ୍ୟକ୍ତିତ୍ୱ । ତାଙ୍କ ସୃଷ୍ଟି କୀର୍ତ୍ତି କାଳଜୟୀ । ସାହିତ୍ୟ , ସାମ୍ବାଦିକତା , ସଂଙ୍ଗୀତ କ୍ଷେତ୍ର ରେ ସେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ଲକ୍ଷ ଲକ୍ଷ ଓଡ଼ିଆ ଙ୍କ ହୃଦୟ ଜିତିଛନ୍ତି ବୋଲି ଓଡିଶା ଅକ୍ଷୟ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟ ଖୋର୍ଦ୍ଧା ଆନୁକୁଲ୍ୟ ରେ ଅଷ୍ଟାଦଶ ବାର୍ଷିକୀ ଅକ୍ଷୟ ମହୋତ୍ସବ ରେ ଅତିଥି ଗଣ ମତ ଦେଇଛନ୍ତି ଅନୁଷ୍ଠାନ ର ଅଧକ୍ଷ ଚୈତନ୍ୟ ବେହେରା ଙ୍କ ଅଧକ୍ଷତା ରେ ଖୋର୍ଦ୍ଧା “ଗୀତା ଭବନ” ପ୍ରାଙ୍ଗଣ ରେ ଆୟୋଜିତ ଏବଂ ଦୁଇ ଦିନିଆ ମହୋତ୍ସବ ରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର ,

ରାଜ୍ୟପାଳ ଙ୍କ ଲୋକ ସମ୍ପର୍କ ସୂଚନା ଅଧିକାରୀ କବି ରକ୍ଷକ କୁମାର ନାୟକ , ଗୋୖର ଚନ୍ଦ୍ର ମହାପାତ୍ର , ସମାଜସେବୀ ମାନସ କୁମାର ପଟ୍ଟନାୟକ , ଭାଗିରଥି ପାଣିଗ୍ରାହୀ ଇତ୍ୟାଦି ପ୍ରମୁଖ ଅତିଥି ଭାବେ ସଙ୍ଗୀତ ର ସମ୍ରାଟ ଅକ୍ଷୟ ମହାନ୍ତି ( ଖୋକା ଭାଇ ) ଙ୍କ ବହୁମୁଖୀ ପ୍ରତିଭା ର ସ୍ମୃତି ଚାରଣ କରିଥିଲେ । ଉତ୍ସବ ରେ ସ୍ଵର୍ଗତ ମହାନ୍ତି ଙ୍କ ର ଜନପ୍ରିୟ ସଙ୍ଗୀତ କୁ ଆବୃତ୍ତି କରଯାଇଥିଲା । ଏହି ଅଵସର ରେ ଓଡିଶା ର ବିଶିଷ୍ଟ କବି ତଥା ସାହିତ୍ୟିକ ରକ୍ଷକ ନାୟକ ଙ୍କୁ ଚଳିତ ବର୍ଷ ଅନୁଷ୍ଠାନ ର ସର୍ବଶ୍ରେଷ୍ଠ ” ଅକ୍ଷୟ ସାହିତ୍ୟ ସମ୍ମାନ ” ଏବଂ ବିଶିଷ୍ଟ କଳାକାର ତଥା ସଂସ୍କୃତି ପ୍ରେମୀ, ନାଟ୍ୟ ନିର୍ଦେଶକ ହୃଦାନନ୍ଦ ଚମ୍ପତିରାୟ ଙ୍କୁ” ଭକ୍ତ ପ୍ରସନ ପଟ୍ଟନାୟକ ” ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହା ସହିତ କରୋନା ମହାମାରୀ ଆକ୍ରାନ୍ତ ଙ୍କୁ ସେବା ଶୁଶ୍ରୁଷା ଯୋଗାଇ ଆସୁଥିବା ବିଭିନ୍ନ ବର୍ଗ ର ଏକ ଶହ ଲୋକଙ୍କୁ ସ୍ବାସ୍ଥ୍ୟ କର୍ମଚାରୀ , ପୋଲିସ ,ଅଙ୍ଗନୱାର୍ଡି କର୍ମୀ , ଆଶା , ଖବର କାଗଜ ବିତରକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜା ସାଗର ରଞ୍ଜନ ମେହେର ମଞ୍ଚ ସଂଯୋଜନା କରିଥିବା ବେଳେ ପ୍ରଜ୍ଞା ପ୍ରୀତିପର୍ଣ୍ଣା ମେହେର ସ୍ୱାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।             (ଭୁବନେଶ୍ୱର  ରିପୋର୍ଟ ସୋନାଲି ମହାରଣା )