ମୋହନା ବ୍ଲକ ର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇବାରେ ଲାଗିଛି ଗୋ ହତ୍ୟା ; ଆଇନ ଅଛି ଦଣ୍ଡ ବିଧାନ ବି ଅଛି – ଆଇନ କୁ ଆଖି ଠାର , ନିଆଯାଉନି କାର୍ଯ୍ୟାନୁଷ୍ଠାନ

ଓଡ଼ିଶା ତାଜା ନ୍ୟୁଜ (୨୧ ଡିସେମ୍ବର ସୋମବାର )ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଟାଙ୍କିଲିପଦର ଠାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଜରସି ଗାଇକୁ ଅତି ନିର୍ମମ ଭାବେ ହତ୍ୟା କରି ମାଂସ ଭାଗ ପକାଯାଇ ଉକ୍ତ ଗୋ- ମାଂସ ଆଖପାଖ ଅଞ୍ଚଳର ହୋଟେଲ ରେଷ୍ଟୁରାଷ୍ଟ କୁ ଯୋଗେଇବା ପାଇଁ କଟା ଯାଉଥିବା ଅନୁମାନ କରି ମାଂସ କଟାଳିଙ୍କ ଯୋଜନାକୁ ପଣ୍ଡ କରିଦେଇଛନ୍ତି ସ୍ଥାନୀୟ ଗ୍ରାମବାସୀ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲବାରସିଂ ପଞ୍ଚାୟତ ର ଟାଙ୍କିଲିପଦର ଘାଇ ନିକଟରେ ଗତ କାଲି ସଂନ୍ଧ୍ୟା ସମୟରେ କିଛି ଲୋକେ ଏକାକୀ ନିଛାଟିଆ ସ୍ଥାନରେ ଏକ ଜରସି ଗାଇ କୁ ହତ୍ୟା କରି ମାଂସ ଭାଗ ପକାଉଥିଲେ ।

ତେବେ ସେହି ସମୟରେ ଟାଙ୍କିଲିପଦର ର ଜଣେ ଲୋକ ଗାଇ ମାରୁଥିବା ସ୍ଥଳ କୁ ଯାଇ ଦେଖିଥିଲେ । ଗାଇ ମାହାରିଆ କୁ ଦେଖି ମାଂସ କଟାଳି ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏହା ପରେ ଟାଙ୍କିଲିପଦର ଗ୍ରାମବାସୀ ଜାଣିବା ପରେ ଅସନ୍ତୋଷ ପ୍ରକାଶ କରି ଘଟଣା ସ୍ଥଳକୁ ଯାଇ ଦେଖିଥିଲେ । ଗ୍ରାମବାସୀ ଙ୍କ କହିବା ଅନୁସାରେ କଟା ଯାଇଥିବା ଗାଇଟି ଆଖପାଖ ଅଞ୍ଚଳର କେହି ଚୋରି କରି ହତ୍ୟା କରିଥାଇ ପାରେ ବୋଲି ସଂନ୍ଧେହ କରୁଛନ୍ତି । ପୁର୍ବରୁ ମଧ୍ୟ ମୋହନା ବ୍ଲକ ର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇବାରେ ଲାଗିଛି ଗୋ ହତ୍ୟା , ଆଇନ ଅଛି ଦଣ୍ଡ ବିଧାନ ବି ଅଛି । ହେଲେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଯୋଗୁଁ ଆଇନ କୁ ଆଖି ଠାର ଭଳି କ୍ରମଶଃ ଦିନକୁ ଦିନ ବହୁ ମୁଲ୍ୟବାନ ଗୋରୁ ଗାଇ କୁ ହତ୍ୟା କରାଯାଉଛି । ଅତି ଅମାନୁଷିକ ଭାବେ ହତ୍ୟା କରାଯାଉଥିବା ଗାଇ ଗୋରୁ କୁ ଗୋ ମାଂସ ରୁପେ ବ୍ୟବହାର କରାଯାଉଥିବା ବେଳେ ଅନେକ ବେପାରୀ ସକ୍ରିୟ ହୋଇ ଗୋ ମାଂସ ଚାଲାଣ କରିଆସୁଛନ୍ତି ।  (ଗରୁଡ଼ ଧ୍ୱଜ ଚୌଧୁରୀ/ଗଜପତି)