କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସଂଗଠନ ସଂଯୋଗ ଫାଉଣ୍ଡେସନ ଚର୍ଚ୍ଚାରେ

ଓଡ଼ିଶା ତାଜା ନ୍ୟୁଜ (୨୧ ଡିସେମ୍ବର ସୋମବାର )କେନ୍ଦ୍ରାପଡା :- ରାଜକନିକା ଓ ଓଳାଭର ଡାକ୍ତରଖାନା ପରେ ଆଜି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସର୍ବସାଧାରଣଙ୍କ ଉଦେଶ୍ୟରେ ଦୁଇଟି ହୁଇଲ ଚେୟାର ପ୍ରଦାନ କରାଯାଇଛି l ଏହି ଦୁଇଟି ହୁଇଲ ଚେୟାର ଆଳି ଡାକ୍ତରଖାନାର ମେଡିକାଲ ଅଫିସର ପ୍ରମୋଦ କୁମାର ପ୍ରହରାଜଙ୍କୁ ହସ୍ତାନ୍ତର କରାଯାଇଛି  l ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରହରାଜ ଉଲ୍ଲେଖ କରିଛନ୍ତି ଯେ ଏହି ଦୁଇଟି ହୁଇଲ ଚେୟାର ଉପଲବ୍ଧ ହେବା ପରେ ରୋଗୀ ଉପକୃତ ହେବେ ବିଶେଷ କରି ଦୁର୍ଘଟଣାଗ୍ରସ୍ତ , ବୟସ୍କ ଓ ଗର୍ଭବତୀ ମହିଳା ମାନେ , ଆଜିର ଏହି କାର୍ଯ୍ୟକ୍ରମରେ ସଂଯୋଗ ଫାଉଣ୍ଡେସନର

ପ୍ରଜ୍ଞା ପରମିତା ବେହେରା, ପୂଜାରାଣୀ ସାମଲ, ଝୁନା ରାଣୀ ସାମଲ, ପାୟଲ ନାୟକ, ଗୁଡ଼ି ପଲାଇ, ଶୁଭଶ୍ରୀ ବେହେରା, ପ୍ରିୟଙ୍କା ବଳ ରଞ୍ଜନ ପାଣି ଧୀରେନ୍ଦ୍ର ବେହେରା, ବିଶ୍ବଜିତ ବିଶ୍ୱାଳ, ବିନୋଦ ନାୟକ , ଅଶ୍ୱିନୀ ସାହୁ, ପବିତ୍ର ରାଉତ, ସୌମ୍ୟ ରଞ୍ଜନ ମହାନ୍ତି, ସୁଧାଂଶୁ ବିଶ୍ୱାଳ, ମାନଭଞ୍ଜ, ଅନୀଲ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାର ରୂପେ ତୁଲାଇଥିଲେ l ଏବଂ ଆଗାମୀ ଦିନ ମାନଙ୍କରେ ମଧ୍ୟ ଏହିପରି ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଗଠନର ସଦସ୍ୟ ସଦସ୍ୟା ମାନେ ପ୍ରତିଶୃତି ବଦ୍ଧ l (ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ )