ଓଡିଶା ପୋଲିସ ଚଳିତ ବର୍ଷ ୧୨୯୨ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ; ୨୦୨୦ ରେ ଗତ ୯ ବର୍ଷର ରେକର୍ଡ ଭାଙ୍ଗିଛି ଗଞ୍ଜେଇ କାରବାର ।

ଓଡ଼ିଶା ତାଜା ନ୍ୟୁଜ (୧୯ ଡିସେମ୍ବର ,ଶନିବାର )ଭୁବନେଶ୍ୱର :- ଓଡିଶା ପୋଲିସ ଜାରି କରିଥିବା ବିବୃତ୍ତି ଅନୁସାରେ ୨୦୧୯ ମସିହାରେ ସବୁଠାରୁ ଅଧିକ ତଥା ୬୧୮ କୁଇଣ୍ଟାଲ ଗଞ୍ଜେଇ ପୋଲିସ ଜବତ କରିଥିବା ବେଳେ ୨୦୧୦ରେ ୭୩ କୁଇଣ୍ଟାଲ, ୨୦୧୧ରେ ୨୦୮କୁଇଣ୍ଟାଲ, ୨୦୧୨ ରେ ୧୦୭ କୁଇଣ୍ଟାଲ, ୨୦୧୩ରେ ୩୭୧ କୁଇଣ୍ଟାଲ, ୨୦୧୪ରେ ୨୮୮ କୁଇଣ୍ଟାଲ, ୨୦୧୫ରେ ୧୯୮ କୁଇଣ୍ଟାଲ, ୨୦୧୫ରେ ୪୨୮ କୁଇଣ୍ଟାଲ, ୨୦୧୭ରେ ୩୦୪ କୁଇଣ୍ଟାଲ, ୨୦୧୮ରେ ୫୨୩ କୁଇଣ୍ଟାଲ ଗଞ୍ଜେଇ କାରବାର ଉପରେ ଚଢ଼ାଉ କରିଛି ଓଡିଶା ପୋଲିସ । ସେହିପରି ୩୦ ନଭେମ୍ବର ପର୍ଯ୍ୟନ୍ତ ରେକର୍ଡ ପରିମାଣର ଗଞ୍ଜେଇ ତଥା ପ୍ରାୟ ୧୨୯୨ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ପୋଲିସ । ଯାହା ପୂର୍ବ ଦଶବର୍ଷ ଭିତରେ ହୋଇଥିବା କାରବାରର ଦୁଇଗୁଣ ।

ଯାହାକୁ ଡିଜିପି ଉତ୍ସାହିତ କରିଛନ୍ତି । ଗଞ୍ଜେଇ କାରବାର ରୋକିବା ଏବେ ଓଡ଼ିଶା ପୋଲିସ ସମେତ ଅନ୍ୟ ରାଜ୍ୟର ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି । ଚଳିତ ବର୍ଷ ୧୨୯୨ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ଓଡିଶା ପୋଲିସ । ୨୦୨୦ ରେ ଗତ ୯ ବର୍ଷର ରେକର୍ଡ ଭାଙ୍ଗିଛି ଗଞ୍ଜେଇ କାରବାର । ତେବେ ଓଡିଶା ପୋଲିସ ପକ୍ଷରୁ ଆଜି, ବିଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ହୋଇଥିବା ଗଞ୍ଜେଇ କାରବାରକୁ ନେଇ ଏକ ବିବୃତ୍ତି ପ୍ରକାଶ କରାଯାଇଛି । ଏଥିସହିତ କୋରାପୁଟ ଜିଲ୍ଲାରୁ ସର୍ବାଧିକ ଗଞ୍ଜେଇ ଜବତ କରିବାରେ ସଫଳତା ହାସଲ କରିଛି ପୋଲିସ । ଯାହାକୁ ଡିଜିପି ଉତ୍ସାହିତ କରିଛନ୍ତି । କୋରାପୁଟ ପୋଲିସ ସର୍ବାଧିକ ଗଞ୍ଜେଇ ଯଥା ୫୨୮ କୁଇଣ୍ଟାଲ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ।

ଏନେଇ କୋରାପୁଟ ଏସ୍ପିଙ୍କୁ ଡିଜିପି ପ୍ରସଂଶା କରିଛନ୍ତି । ସେହିପରି ମାଲକାନାଗିରି, ଗଜପତି ଜିଲ୍ଲା ଏସପିଙ୍କୁ ମଧ୍ଯ ପ୍ରସଂଶା କରିଛନ୍ତି ଡିଜିପି ।ତେବେ ଓଡିଶା ଭଳି ରାଜ୍ୟରେ ଗଞ୍ଜେଇ କାରବାରର ମାତ୍ରାଧିକ ବଢ଼ି ଚାଲିଛି । ତେଣୁ ପୋଲିସ ଏନେଇ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛି । ଏସବୁକୁ ଠାବ କରିବା ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରି ସେମାନଙ୍କୁ ଧରୁଛି । ଗଞ୍ଜେଇର ଚାଷ ଏବଂ କାରବାର ଏକ ବଡ଼ ଆହ୍ଵାନ ହୋଇଥିବାରୁ ଓଡିଶା ପୋଲିସ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରି ରାଜ୍ୟରେ ଡ୍ରଗ୍ କାରବାରକୁ ରୋକିବା ପାଇଁ ସ୍ୱତନ୍ତ୍ର ଉଦ୍ୟମ କରିଛି ।