କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ସଡଙ୍ଗି ଙ୍କ ଆର ଉଦୟଗିରି ଲୁବୁରିସିଂ ଠାରେ ତାଳଗୁଡ଼ କେନ୍ଦ୍ର ସମବାୟ ସମିତି ପକ୍ଷରୁ ଚାଷୀଙ୍କୁ ଚୁଲା ସାମଗ୍ରୀ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ (୧୯ ଡିସେମ୍ବର ,ଶନିବାର ) ରାୟଗଡ ଗଜପତି :- ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଲୁବୁରିସିଂ ଠାରେ ତାଳଗୁଡ଼ ସମବାୟ ସମିତି ପକ୍ଷରୁ ତାଳ ଗୁଡ଼ ଚାଷୀ ମାନଙ୍କ ପାଇଁ ତାଳଗୁଡ଼ କିପରି ଆଧୁନିକ ପ୍ରଣାଲିରେ ତିଆରି ହୋଇପାରିବ ତାର ସମଗ୍ରୀ ବଣ୍ଟନ କେନ୍ଦ୍ରମନ୍ତ୍ରୀଙ୍କ ଦ୍ଵାରା ହୋଇଥିଲା l

ଉକ୍ତ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ସ୍ଥାନୀୟ ବିଧାୟକ ଦାସରଥି ଗମାଙ୍ଗ, ଜିଲ୍ଲା ପରିଷଦ ଅଧକ୍ଷ ଅନିତାରାଣୀ ବେହେରା, ଉପ ଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡା ମଞ୍ଚାସିନ ଥିଲେ l (ଗଜପତି ରାୟଗଡ) ସଞ୍ଜୀବ କୁମାର ପାଣି