ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ; ଉତ୍କଳ ୟୁନିଭରସିଟିର ସିନିୟର୍ ଆକାଉଣ୍ଟାଣ୍ଟଙ୍କ ଘରେ – ଭିଜିଲାନ୍ସ ଚଢାଉ

ପାଞ୍ଚଟି ଜାଗାରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ

ଓଡ଼ିଶା ତାଜା ନ୍ୟୁଜ (୧୯ ଡିସେମ୍ବର , ଶନିବାର )ଭୁବନେଶ୍ୱର :- ଆଜି ଉତ୍କଳ ୟୁନିଭରସିଟିର ସିନିୟର୍ ଆକାଉଣ୍ଟାଣ୍ଟ ଅଶୋକ କୁମାର ମିଶ୍ରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ତେବେ ଘର ସମେତ ପାଞ୍ଚଟି ଜାଗାରେ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉତ୍କଳ ୟୁନିଭରସିଟିର ସିନିୟର୍ ଆକାଉଣ୍ଟାଣ୍ଟଙ୍କ ଘରେ ଶନିବାର ଭିଜିଲାନ୍ସ ଚଢାଉ ହୋଇଛି ।

ଅଶୋକ କୁମାର ମିଶ୍ରଙ୍କ ସରକାରୀ କାର୍ଯ୍ୟାଳୟ, ଆବାସିକ ଘର, ସରକାରୀ କ୍ୱାଟର ସମେତ ପାଞ୍ଚଟି ଜାଗାରେ ଭିଜିଲାନ୍ସ ଅଧିକାରୀ ମାନେ ଚଢାଉ କରିଛନ୍ତି । ଭୁବନେଶ୍ବରର ଦୁଇଟି ବାସ ଭବନ, କଟକ ଦୁର୍ଗାପୁରରେ ଥିବା ପୈତୃକ ଘର, ଉତ୍କଳ ବିଶ୍ୱବିଦ୍ୟାଳୟର ଅଫିସ କାର୍ଯ୍ୟାଳୟ ଏବଂ ତାଙ୍କ ସରକାରୀ କ୍ୱାଟରରେ ଭିଜିଲାନ୍ସ ଅଧିକାରୀ ମାନେ ଚଢାଉ କରିଛନ୍ତି ।