କୋରାଇ ପ୍ରଖଣ୍ଡ ବିଶ୍ୱହିନ୍ଦ ଓ ବଜରଙ୍ଗ ଦଳ ପକ୍ଷରୁ ସୌନ୍ଦର୍ଯ୍ୟ ଦିବସ ପାଳିତ ; ରକ୍ତଦାନ ଶିବିର ଓ କାରାନା ଯୋଦ୍ଧା ସମ୍ମାନ ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୬ ଡିସେମ୍ବର ରବିବାର )କୋରାଇ :-  କୋରାଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳପକ୍ଷରୁ ଆଜି ସୌନ୍ଦର୍ଯ୍ୟଦିବସ ପାଳିତ ହୋଇଯାଇଛି । ଏହି ଅବସରେ କୋରାଇ ଠାକୁରବାଡି ଠାରେ ଏକ ରକ୍ତ ଦାନ ଶିବର ଓ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା । ଏନେଇ ଏକ ସଭା ବଜରଙ୍ଗ ଦଳର କୋରାଇ ପ୍ରଖଣ୍ଡ ସଂଯୋଜକ ଭୁପତିଭୂଷଣ ଦାଶଙ୍କ ସଭାପତି ଅନୁଷ୍ଠିତ ହୋଇଥିଲା ବେଳେ ମୁଖ୍ୟଅତିଥି ଭାବେ ବିଶ୍ୱହିନ୍ଦୁ ପରିଷଦର କେନ୍ଦ୍ରାପଡା ବିଭାଗ ସମରସତା ପ୍ରମୁଖ ଅରବିନ୍ଦ ଦାଶ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ସ୧ାନିତ ଅତିଥି ଭାବେ ଜିଲା ବିଶ୍ୱହିନ୍ଦ ପରିଷଦର କାର୍ଯ୍ୟକାରୀ ସଭାପତି ଅକ୍ଷୟକୁମାର ବଳ ଓ ଜିଲ୍ଲା ସେବା ପ୍ରମୁଖ ଦୋଳଗୋବିନ୍ଦ ଜେନା ସ୧ାନିତ ଅତିଥି ଭାବେ ଯୋଗଦେଇ ସୌନ୍ଦର୍ଯ୍ୟ ଦିବସ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ସୂଚନା ପ୍ରମୁଖ ମୃତ୍ୟୁଞ୍ଜୟ ପଟ୍ଟନାୟକ, ସୁରକ୍ଷା ପ୍ରମୁଖ ବାଦଲ ନାୟକ, ବଜରଙ୍ଗ ଦଳ ଜିଲା ସହସଂଯୋଜକ ଜିଜ୍ଞାସୁ ସାହୁ, କୋରାଇ ବିଶ୍ୱହିନ୍ଦୁ ପରିଷଦର ସଭାପତି ଆଦିକନ୍ଦ ବୈଶାଖ, ସଂପାଦକ ହୃଷିକେଶ ମହାନ୍ତି, ପ୍ରସନ୍ନ ସାମଲ, ସାରଦା ଦାସ, ଭୁବନମୋହନ ମହାନ୍ତି, ଜ୍ଞାନରଞ୍ଜନ ରାଉତ ପ୍ରମୁଖ ଅତିଥି ମାନେ ଯୋଗଦେଇ ୧୯୯୨ ମସିହା ଡିସେମ୍ବର ୬ତାରିଖରେ ବେନିୟମ ଭାବେ ତିଆରି କରାଯାଇଥିବା ବାବ୍ରିଢାଞ୍ଚାକୁ ଭଙ୍ଗ କରାଯାଇ ନୂତନ ଭାବେ ରାମମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନିଆଯାଇଥିଲା ।

ଏଥିପାଇଁ ଲକ୍ଷ ଲକ୍ଷ ହିନ୍ଦୁ ବଳିଦାନ ଦେଇଥିଲେ । ଏହି ଡିସେମ୍ବର ୬ତାରିଖକୁ ମନେ ରଖିବା ପାଇଁ ସୌନ୍ଦର୍ଯ୍ୟ ଦିବସ ଭାବେ ପାଳନ କରାଯାଉଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଠାକୁରବାଡି ପରିସରରେ ଅନୁଷ୍ଠିତ ରକ୍ତ ଦାନ ଶିବରକୁ କୋରାଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ଉଦଘାଟନ କରିଥିଲା ବେଳେ ୨୯ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ପରଶେଷରେ କରୋନା ଯୋଦ୍ଧାଭାବେ ସମାଜସେବୀ ପ୍ରଦୀପ ମଲ୍ଲିକ, ରମେଶ ରାଉତ, ସାମ୍ବାଦିକ ବସନ୍ତ କୁମାର ମହାନ୍ତି, ଶ୍ରୀକାନ୍ତ ରାୟ, ବିରଂଚିନାରାୟଣ ଖୁଂଟିଆ, ବିଜୟକୁମାର ସାହୁଙ୍କ ସମେତ କୋରାଇ ଥାନା ଅଧିକାରୀ ଶ୍ରୀ ମହାନ୍ତିଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମକୁ କୋରାଇ ପ୍ରଖଣ୍ଡ ସହସଂଯୋଜକ ବଙ୍ଗନ ଖିଲାର, ସୂଚନା ପ୍ରମୁଖ ଦେବୀପ୍ରସନ୍ନ ସାହୁ, ଗୋ-ରକ୍ଷା ପ୍ରମୁଖ ପ୍ରଦୀପ ସାନ୍ତରା,ବିଦ୍ୟାର୍ଥୀ ପ୍ରମୁଖ ଚନ୍ଦନ ମଲ୍ଲିକ, ଦୋଳଗୋବିନ୍ଦ ବାରିକ, ଅମ୍ଲାନ ସାହୁ, ରାଜାରାମ ଖିଲାର, ବିଶ୍ୱନାଥ ମହାରଣା, ଅକ୍ଷୟ ମଲ୍ଲିକ, ସୁଶାନ୍ତ ସାହୁ, ଅନିରୁଦ୍ଧ ଦାସ, ମନୋରଞ୍ଜନ ସିଂହ, ବିଷ୍ଣୁଚରଣ ସାହୁ, ଦିଲ୍ଲୀପ ସାମଲ ଓ ସୁଶାନ୍ତ ବାରିକ ପ୍ରମୁଖ ସମସ୍ତ କର୍ମକର୍ତା ଓ ସଦସ୍ୟ ମାନେ ପରିଚାଳନାରେ ସହଯୋଗିତା କରିଥିଲେ । ଶେଷରେ ସହ ସଂଯୋଜକ ବଙ୍ଗନ ଖିଲାର ଧନ୍ୟବାଦ ଅର୍ପଣ କରିିଥିଲେ । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )