ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟରେ ବିଶ୍ବ ଏଡସ ଦିବସ ପାଳିତ 

ଓଡ଼ିଶା ତାଜା ନ୍ୟୁଜ୍ (୧ଡିସେମ୍ବର ମଙ୍ଗଳବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟ ସଭାଗୃହରେ ବିଶ୍ବ ଏଡସ ଦିବସ ପାଳିତ ହୋଇ ଯାଇଅଛି  । ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏଡସ୍ ର ଭୟ ବହତା ଏବଂ ଏଥିପାଇଁ ଜନସଚେତନତା ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ  । ଉପଖଣ୍ତ ଚିକିତ୍ସାଧିକାରୀ ଡଃ ତହସିଲ ସାହୁ ତାଙ୍କ ବକ୍ତବ୍ଯ ରେ ଏଡସ୍ ର ସଂର୍କ୍ରମଣ,ଏହାର ଚିକିତ୍ସା ବ୍ୟବସ୍ଥା ତଥା ଜନସଚେତନତା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ  ।

ଏହି କାର୍ଯ୍ୟକ୍ରମରେ ବ୍କଡ ବ୍ଯାଙ୍କ ମେଡିକାଲ ଅଫିସର ଡଃ କୈଲାସ ଚନ୍ଦ୍ର ମେହେର,ଡଃ ଗୀତା ପିୟୁଷ ସିନ୍ଦୁ ମିଶ୍ର,ଡଃ ସୁବର୍ଣ୍ଣ ପଣ୍ତା ଏବଂ ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ଯୋଗଦାନ କରି ଏଡସ୍ ସଚେତନତା ଉପରେ ତାଙ୍କର ମତାମତ ପ୍ରଦାନ କରିଥିଲେ  । ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ,ଚିକିତ୍ସାଳୟର କର୍ମଚାରୀ,ସ୍ବେଚ୍ଛାସେବୀ, ପଦ୍ମପୁର ସିଡିପିଓ ପ୍ରମୁଖ ଯୋଗଦାନ କରିଥିଲେ  । ସଭା ପ୍ରାରମ୍ଭରେ ଚିକିତ୍ସାଳୟ ମ୍ଯାନେଜର ଦିବ୍ଯ କିଶୋର ମେହେର ସ୍ବାଗତ ଜଣାଇବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ  ଏବଂ ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।                          (ରିପୋର୍ଟ  – ନିରୋଜ କୁମାର ପାଣୀ)