କୋରାଇ ବ୍ଲକ ଶିକ୍ଷାମଣ୍ଡଳର ନବ ନିଯୁକ୍ତ ଶିକ୍ଷାଧିକାରୀଙ୍କୁ ସମ୍ବର୍ଦ୍ଧନା ଶିକ୍ଷକ ଓ ଅଭିଭାବକଙ୍କ ସମନ୍ୱୟରେ ଶିକ୍ଷାର ବିକାଶ କରାଯିବ : ଶିକ୍ଷାଅଧିକାରୀ

ଓଡ଼ିଶା ତାଜା ନ୍ୟୁଜ୍ (୩୦ ନଭେମ୍ବର ସୋମବାର )କୋରାଇ :- କୋରାଇ ବ୍ଲକ ଶିକ୍ଷାମଣ୍ଡଳ କାର୍ଯ୍ୟାଳୟରେ ନବ ନିଯୁକ୍ତ ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ଶତପଥୀଙ୍କୁ ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି । ଏଥି ସହିତ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ତା’ର ତ୍ୱରିତ ସମାଧନ ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା । ସଙ୍ଘର ବ୍ଲକ ସଭାପତି ଅବଦୁଲ ମୋରାଦ ଖାଁଙ୍କ ନେତୃତ୍ୱରେ ସମ୍ପାଦକ ରମାକାନ୍ତ ସାହୁ, ରାଜ୍ୟ କାର୍ଯ୍ୟକାରୀ ସଭାପତି ସହସ୍ରାଂଶୁ ଶେଖର ମହାନ୍ତି, ଜିଲା ସଂଗଠନ ସମ୍ପାଦକ କୈଳାସ ନାୟକ, ରଙ୍ଗାଧର କାଣ୍ଡି, କ୍ଷୀରୋଦ ବରଣ ହୋତା, ରମେଶ ଚନ୍ଦ୍ର ସାହୁ, ସୁରେଶ କୁମାର ପଣ୍ଡା, ସୁରେନ୍ଦ୍ର କୁମାର ବାହାଲିଆ, ଫକିର ଚରଣ ପଲେଇ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ସୂଚନା ଯୋଗ୍ୟଯେ, ପୂର୍ବତନ ଶିକ୍ଷାଅଧିକାରୀ ସୁଶାନ୍ତକୁମାର ଶତପଥୀ ଗତ ଫେବୃଆରୀ ମାସରୁ ଅବସର ନେଇଥିଲେହେଁ ତାଙ୍କ ସ୍ଥାନରେ କହାରିକୁନିଯୁକ୍ତି ଦିଆଯାଇନଥିଲା । ଫଳରେ ଦୀର୍ଘ ୮ମାସ ହେଲା ଅନ୍ୟ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ଦ୍ୱୈତଦାୟିତ୍ୱରେ କେବଳ କାମଚଳା ଭାବେ କାର୍ଯ୍ୟାଳୟ ଚାଲୁଥିହେଁ ଅନେକ ବିଦ୍ୟାଳୟ ଗୁରତ୍ୱ ପୂର୍ଣ୍ଣ ସମସ୍ୟା ଓ କେତେକ ଶିକ୍ଷକଙ୍କ ଚାକିରି ସମ୍ବନ୍ଧୀୟ କାର୍ଯ୍ୟ ହୋଇ ପାରୁନଥିଲା । ଏଥି ସହିତ କେତେକ କର୍ମଚାରୀ ଦୀର୍ଘବର୍ଷ ଧରି କାର୍ଯ୍ୟାଳୟରେ ରହି ମେରିରାୟ ଶାସନ ଚଲାଉଥିଲା ବେଳେ ଆଉକେତେକ ଅଘୋଷିତ ଅଧିକାରୀ ଭାବେ କାର୍ଯ୍ୟାଳୟରେ ଡେରାପକାଇ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପ୍ରତି ଅନଧିକାର କ୍ଷମତା ପ୍ରୟୋଗ କରିବା ନେଇ ଶିକ୍ଷକ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଉଥିଲା ।

ଯାହାକି ‘ମୁରବୀ ଶୂନ୍ୟ କାର୍ଯ୍ୟାଳୟରେ କମଚାରୀ ରାଜ’ ବୋଲି ସାଧାରଣରେ ଆଲୋଚନା ହେଉଥିଲା । ନୂତନଅଧିକାରୀ ଭାବେ ଶ୍ରୀ ଶତପଥୀ ଯୋଗଦେବା ପରେ ରହିଯାଇଥିବା ଶିକ୍ଷକ ଓ ଶିକ୍ଷାୟତନ ଗୁଡିକର ସମସ୍ୟା ତ୍ୱରିତ ସମାଧନ ହେବା ନେଇ ଶିକ୍ଷକ ମହଲରେ ଅଶାର ସଂଚାର ହୋଇଛି । ନୂତନ ଅଧିକାରୀ ଶ୍ରୀ ଶତପଥୀ ଆଇନି ଅନୁଯାଇ ସମସ୍ତ ସାମାସ୍ୟର ସମାଧନ ଓ ଶିକ୍ଷକ, ଅଭିଭାବକଙ୍କ ସମନ୍ୱୟରେ ଶିକ୍ଷାର ବିକାଶ କରିବା ପାଇଁ ପ୍ରୟାଶ କରିବେ ବୋଲି ସମ୍ବର୍ଦ୍ଧନ ଅବସରରେ କହିଥିଲେ ।  (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)