କାର୍ତିକ ପୂର୍ଣ୍ଣିମା ଉପଲକ୍ଷେ କୋରାଇ ବିଭିନ୍ନ ଶିବମନ୍ଦିରରେ ଭକ୍ତଙ୍କ ସମାଗମ ବୃନ୍ଦାବତୀ ମୂଳେ ମୁରୂଜ ଚିତ୍ର ବେଶ ମନମୁଗ୍ଧକର

ଓଡ଼ିଶା ତାଜା ନ୍ୟୁଜ୍ (୩୦ ନଭେମ୍ବର ସୋମବାର )କୋରାଇ :- ପବିତ୍ର କାର୍ତିକ ପୂ ଣ୍ଣ ିର୍ମା ଅବସରରରେ ସୋମବାର ପ୍ରତ୍ୟୁଷ ଚଳଚଂଳ ହୋଇପଡିଥିଲା କୋରାଇ ଅଂଳରେ ଥିବା ବିଭିନ୍ନ ଶିବମନ୍ଦିର । ପ୍ରତ୍ୟୁଷରୁ ପ୍ରତ୍ୟେକ ହିନ୍ଦୁ ପରିବାର ସମସ୍ତେ ଉଠି ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବରେ ଲାଗିପଡିଥିଲା ବେଳେ କରୋନା କଟକଣା ସତ୍ୱେ ପୁରପଲ୍ଲୀର ସମସ୍ତ ଶିବ ମନ୍ଦିରରେ ଭିଡପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଥିଲା । କୋରାଇ ବ୍ଲକ ଅନ୍ତର୍ଗତ ଖମଣ ଠାକୁରେଶ୍ୱର, କାଚରାସାହି ପଂଚାୟତର ତାଳଗଡିଆସ୍ଥିତ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା ବେଳେ କୟାଁ-ଖଇରା-ତାଳଗଡିଆର ତ୍ରିକୋଣୀ ଛକର ତ୍ରୈଲୋକଶ୍ୱର ଶିବମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥିଲା ।

 

ଏହି ଅବସରରେ ପଂଚୁକଲାଗି ଝିଅବୋହୁମାନେ ପ୍ରତ୍ୟୁଷରୁ ବୁୃନ୍ଦାବତୀ ମୂଳେ ମୁରୁଜ ପକାଇ ସଂସ୍କୃତି ସଂପନ୍ନ ନାନା ଚିତ୍ର ବିଚିତ୍ର ଅଙ୍କନକରି ଚାରୁଚିତ୍ରକଳାର ଦୃଶ୍ୟ ପ୍ରଦଶ୍ରିତ ବେଶ ମନମୁଗ୍ଧକର ହୋଇଛି । ହିନ୍ଦୁମାନଙ୍କ ମତରେ ମାସ ମଧ୍ୟରେ ଶ୍ରେଷ୍ଠ କାର୍ତିକ ମାସ ଓ ଓଷା ମଧ୍ୟରେ ଶ୍ରେଷ୍ଠ ଓଷା ବଡ ଓଷା । ଏହି ଅବସରରେ କୋରାଇ ବ୍ଲକର ସମସ୍ତ ଶିବପୀଠ ରଙ୍ଗିଆଟିକିରି, ତୁଳତୀ, ଧନେଶ୍ୱର, ଧନପୁର, ଶଙ୍ଖଚିଲା, ତରାପୁର, ତାହାରପୁର, ପିମ୍ପଲ, ଜହ୍ନା, ବଡବିରୁଆଁ, ପ୍ରମୁଖ ଶିବ ମନ୍ଦିର ଗୁଡିକରେ କରୋନ କଟକଣା ଅନୁଯାୟୀ ଭକ୍ତଙ୍କ ସମାଗମ ହୋଇଥିଲା ।(କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ:-)