୧୬ ବର୍ଷ ହେଲା ଅନ୍ଧାରରେ ଦିନ କାଟୁଛନ୍ତି ଆଦିବାସୀ ମହିଳା ଗୀତା

ଓଡ଼ିଶା ତାଜା ନ୍ୟୁଜ୍ (୩୦ ନଭେମ୍ବର ସୋମବାର ) ବରଗଡ଼ :- କେହି ଅନ୍ଧାର ରେ ରହିବେ ନାହିଁ ବୋଲି ସରକାର ସ୍ଲୋଗାନ ଦେଇ ଦିନ ଦୟାଲ ବିଦ୍ୟୁତିକରଣ ଯୋଜନା ଓ ଗରିବ ଲୋକଙ୍କ ପାଇଁ ସୌଭାଗ୍ୟ ଯୋଜନା ମାଧ୍ୟମରେ ଲାଇନ ସଂଯୋଗ କରୁଛନ୍ତି କିନ୍ତୁ ବିଡମ୍ବନା ର ବିଷୟ ଜିଲ୍ଳାପାଳ ଙ୍କ ଦଫ୍ତତର ଅଧା କିଲୋମିଟର ଦୂରରେ ଥିବା ଏକ ବିଧବା ଆଦିବାସୀ ମହିଳା ଗତ ୧୬ ବର୍ଷ ହେବ ବିଜୁଳି ନପାଇ ଅନ୍ଧାରରେ ଦିନ କାଟୁଛନ୍ତି ।

ବରଗଡ ଜିଲ୍ଳା ପୌର ପରିଷଦ ଅଧିନ ରେ ଥିବା ୱାର୍ଡ ନ ୯, ଭିଏସଏସ ନଗର ରେ କୁଡ଼ିଆ ଘର କରି ରହୁଛନ୍ତି ଗୀତା ବାରିହା, ସ୍ୱାମୀ କ୍ଷୀରସାଗର ଙ୍କ ମୃତ୍ୟୁ ପରେ ୧୩ ବର୍ଷ ର ପୁଅ ସୁରଜ ଙ୍କ ସହ ରହୁଛନ୍ତି ଗୀତା । ୨୫.୦୮.୨୦୧୪ ମସିହାରେ ଜିଲ୍ଳା ପ୍ରଶାସନ ଠାରେ ଅଭିଯୋଗ କରିଥିଲେ ଗୀତା, ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ବିଦ୍ୟୁତ ସଂଯୋଗ କରିବାକୁ ଉକ୍ତ ବିଭାଗକୁ କିନ୍ତୁ ଏହା ମଧ୍ୟରେ ୬ ବର୍ଷ ବିତିଯାଇଥିଲେ ବି ବିଧବା ଗୀତା ଆଲୁଅ ପାଇଁ ଅପେକ୍ଷା କରିଛନ୍ତି ।(ରିପୋର୍ଟ ସତ୍ୟ ନାରାୟଣ ପ୍ରଧାନ)