ଜହ୍ନା କାର୍ଯ୍ୟାଳୟ ଠାରେ ଜିଲ୍ଲା  ବିଜେପିର ପ୍ରଶିକ୍ଷଣ ଶିବିର ପ୍ରଧାନମନ୍ତ୍ରୀଙ୍କ ଜନ ହିତକର ଯୋଜନା ତ୍ରୁଣମୂଳ ସ୍ତରରେ ପହଂଚାଇବାକୁ କର୍ମୀଙ୍କୁ ପରାମର୍ଶ : ଗୌତମ ରାୟ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ନଭେମ୍ବର ,ରବିବାର ) କୋରାଇ :- ଯାଜପୁର ଜିଲ୍ଲା ଭାରତୀୟ ଜନତା ପାର୍ଟିର ଏକ ପ୍ରଶିକ୍ଷଣ ଶିବିର କୋରାଇ ବ୍ଲକ ଅନ୍ତର୍ଗତ ଜହ୍ନା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ଗୌତମ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲାର ସମସ୍ତ ପଦାଧିକାରୀ, ମଣ୍ଡଳ ସଭାପତି, ସାଧାରଣ ସଂପାଦକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଜିଲାରେ ତ୍ରୁଣମୂଳ ସ୍ତରରେ ଦଳୀୟ ସଂଗଠନ ସୁଦୃଢ଼ ସହିତ ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ଜନ ହିତକର ଯୋଜନା ସାଧାରଣ ଲୋକଙ୍କ ନିକଟରେ ପହଂଚାଇବା ପାଇଁ କାର୍ଯ୍ୟକର୍ତାମାନେ ପରିଶ୍ରମ କରିବାକୁ ଜିଲା ସଭାପତି ଶ୍ରୀ ରାୟ ପରାମର୍ଶ ଦେବା ସହିତ ସମସ୍ତ ମଣ୍ଡଳରେ ପ୍ରଶିକ୍ଷଣ ଶିବିର ହେବାକୁ ତାରିଖ ଧାର୍ଯ୍ୟ କରାଯାଇଥିଲା । ଜିଲା ପ୍ରଭାରୀ ସାରଦା ଶତପଥୀ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ବିଜେପିର ଇତିହାସ, ବିକାଶ, ବିଚାର, ପରିବାର ଆମର ଦାୟିତ୍ୱ, ଭାରତର ବୈଚାରିକ, ମୁଖ୍ୟଧାରା ଓ ଆରମ ବିଚାର ଧାରା, ବ୍ୟକ୍ତିତ୍ୱ ଶେଷ ୬ବର୍ଷରେ ପ୍ରଧାନମବୀ ମୋଦିଙ୍କର ବିଭିନ୍ନ ଜନାଭିମୁଖୀ କାର୍ଯ୍ୟକ୍ରମ, ଆତ୍ମ ନିର୍ଭରତା, ସୋସିଆଲ ମିଡିଆର ପ୍ରଭାବି ଉପଯୋଗ କାର୍ଯ୍ୟ ପଦ୍ଧତି, ସଂଗଠନରେ ଆମର ଭୂମିକା ଆଦି ଆନେକ ବିଷୟରେ ଆଲୋଚନା କରାଯାଇଥିଲା । ବୈଠକରେ ବିଜେପରି ସାଂସଦ ପ୍ରାର୍ଥୀ ଅମୀୟକାନ୍ତ ମଲ୍ଲିକ, ରାଜ୍ୟ ବିଜେପି ସଂପାଦକ ଅମର ନାୟକ, ପ୍ରଦୀପ ବଳସାମନ୍ତ, ବିଶ୍ୱରଞ୍ଜନ ମଲ୍ଲିକ, ତୁଷାର ପରିଡ଼ା, ପବିତ୍ର ଦାସ, ରବୀ ନାରାୟଣ

ବେହେରା, ଜିଲ୍ଲା ସାଧାରଣ ସଂପାଦ ସୁଦୀପ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିବା ବେଳେ ଯୁବ ନେତା ବିକ୍ରମ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁରଜଲାଲ ସାମଲ, ସୁଧାଂଶୁ ଭଞ୍ଜ, ପ୍ରଶାନ୍ତ ରାୟ, ପ୍ରକାଶ ଧଳ, ମନ୍ଦାକିନୀ ସେଠୀ ଇତିଶ୍ରୀ ଜେନା, ରବୀନ୍ଦ୍ର ବେହେରା, ଅଚ୍ୟୁତାନନ୍ଦ ଦାସ, ନିରଞ୍ଜନ ଘଡ଼ାଇ, ସରୋଜ ଦେ, ବି୩⁄୪ୁ ଚରଣ ରଥ, ବିଜୟ କୁମାର ଘଡ଼ାଇ, ଶଶିଭୂଷଣ ସେନାପତି, ଜୟନ୍ତୀ ସାହୁ, ମୋନାଲିସା ଦାସ, ଦେବଜାନୀ ପ୍ରଧାନ, ସୁଭାଶିନୀ ଶର୍ମା, ଦିପ୍ତୀମୟୀ କୂଅଁର, ସୁବାସ ମହାନ୍ତି, ଦିପ୍ତିରେଖା ମିଶ୍ର, ରମେଶ ସାମଲ, ଶ୍ରୀନିବାସ ପରିଡ଼ା, ଶର୍ମିଳା ଦେଓ, ରମାକାନ୍ତ ରାଉତ, ନିରଞ୍ଜନ ବେହୁରିଆ, ପ୍ରଭାସ ସୂତାର, ପ୍ରମୋଦ ପଣ୍ଡା, ପ୍ରଭାତ ନାୟକ, ହୃଷିକେଶ ପରିଡ଼ା, ଦୀପକ ସାମଲ, ଦୀପକ ଗନ୍ତାୟତ, ପୁଷ୍ପକ ମହାପାତ୍ର, ମନ୍ଦାକିନୀ ସେଠୀ, ମହେନ୍ଦ୍ର ପଣ୍ଡା, ରାମଚନ୍ଦ୍ର ସନ୍ଦିବିଗ୍ରହ, ସୁବାସ ନାଥ, ପ୍ରଦୀପ ରାଉତ, ରାକେଶ ଜେନା, ଅମ୍ଳାନ ସାହୁ, ଦିଲ୍ଲୀପ ରାଉତ, ସୁଶାନ୍ତ ସାହୁ, ଅମର ମଲ୍ଲିକ, ମଂଟୁ ମଲ୍ଲିକ, ଅଭିଳାସ ସାହୁ, ବିଶ୍ୱଜିତ୍ ରାଉତ, ସନ୍ଦୀପ ପରିଡ଼ା, ରୂପକ ରାଜ, ମନଦ ବାରିକ, ଚକ୍ରଧର ସାହୁ, ସୁରେନ୍ଦ୍ର କୂଅଁର ପ୍ରମୁଖ କର୍ମକର୍ତା ଓ ସଦସ୍ୟଗଣ ପ୍ରଶିକ୍ଷଣରେ ସାମିଲ ହୋଇଥିଲେ । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )