ଶବଦାହ ପାଇଁ କାଠ ବିବାଦ ; ଡିଏଫଓଙ୍କୁ ଭେଟିଲେ ଜିଲ୍ଲା ଭାଜପା ର ପ୍ରତିନିଧି ଦଳ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ଶନିବାର ) ବରଗଡ଼ :– ଗତ ୫୦ ବର୍ଷ ଧରି ଶବଦାହ ପାଇଁ କାଠ ଯୋଗାଇ ଥିବା ବରଗଡ଼ ର ଗୋପାଳ ଗୋଶାଳା ଆସନ୍ତା ଡ଼ିସେମ୍ବର ୧ ତାରିଖ ରୁ ଆଉ କାଠ ଯୋଗାଇ ପାରିବ ନାହିଁ ବୋଲି ଘୋଷଣା କରିବା ପରେ ବରଗଡ଼ ସଦର ମହକୁମା ରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ତୁରନ୍ତ ସମାଧାନ ଦାବିରେ ଆଜି ଭାଜପା ପକ୍ଷରୁ ଜିଲ୍ଲା ସଭିପତିଅଶ୍ବିନୀ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଡିଏଫଓଙ୍କୁ ଭେଟି ଏସମ୍ପର୍କରେ ଆଲୋଚନା କରିଥିଲେ । ଏବଂ ଏହାର ତୁରନ୍ତ ସମାଧାନ ଦାବିରେ ଏକ ଦାବିପତ୍ର ଡିଏଫଓଙ୍କୁ ପ୍ରଦାନ କରିଥିଲେ ।

ଡିଏଫଓ ଆଗାମୀ ଦିନରେ ଏହାର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବରଗଡ଼ ସଦର ମହକୁମା ରେ ଗତ ୫୦ ହେବ ଗୋପାଳ ଗୋଶାଳା ବନ ବିଭାଗର ସାହାର୍ଯ୍ୟରେ ତାଙ୍କ ପରିସରରେ ସୁଲଭ ମୂଲ୍ୟରେ ଶବଦାହ ପାଇଁ କାଠ ଯୋଗାଇ ଆସୁଥିଲେ । ତେବେ ଗତ କିଛି ଦିନ ପୂର୍ବେ ବନ ବିଭାଗ ଏବଂ ଗୋଶାଳା ପରିଚାଳନା କମିଟି ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରୁ କମିଟି ପକ୍ଷରୁ ଆସନ୍ତା ଡ଼ିସେମ୍ବର ପହିଲାରୁ ଶବଦାହ ପାଇଁ କାଠ ଯୋଗାଇ ଦିଆଯାଇ ପାରିବ ନାହିଁ ବୋଲି ଘୋଷଣା କରିଥିଲେ । ପ୍ରତିନିଧି ଦଳ ରେ ସୁରେଶ୍ଵର ଶତପଥୀ, ଯଦୁମଣି ଦାସ,ପ୍ରୀତମ ସିଂ ପ୍ରମୁଖ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ / ବରଗଡ଼)