ନିଲାଂଚଳ ସମାଜ ପାଇଁ କରିବେ ଅଙ୍ଗଦାନ – ପଦ୍ମପୁର

ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ଶନିବାର ) କଟକ :– ନିଲାଞ୍ଚଳ ଦରୁଆନଙ୍କ ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅଧିନସ୍ଥ ଏକ ଛୋଟିଆ ଗାଁ ସାରଙ୍ଗପୁର ରେ ଜନ୍ମ ୧୯୯୫ ରେ ଗ୍ରହଣ l ପିଲାଟି ଦିନରୁ ସମାଜ ସେବା ରେ ମନ ନିବେଶ କରି ଆସୁଛନ୍ତି । ଶିକ୍ଷାଗତ ଯୋଗ୍ୟତା କହିଲେ ଗ୍ରାଜୁଏଟ କରିଛନ୍ତି ତାଙ୍କ ପରିବାର କହିଲେ ସ୍ତ୍ରୀ ଓ ୨ ବର୍ଷ ର ଅଛନ୍ତି ପୁଅ l ବାପା ଶୁକଦେବ ଦରୁଆନ ମାତା ବିନୋଦିନୀ ଦରୁଆନ ସେ ଦଶମ କ୍ଲାସ ପଢ଼ୁଥିବା ବେଳେ ହଟାତ ଦିନେ ତାଙ୍କ ବାପାଙ୍କ ଦେହ ଖରାପ ହୋଇଥିଲା । ତାଙ୍କୁ କିଡ଼ନି ଏବଂ ରକ୍ତ ଦରକାର ଥିଲା ଯେତେ ଚେଷ୍ଟା କଲେ ମଧ୍ୟ ତାହା ମିଳି ନ ଥିଲା ଯଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିଲା l

ସେ ଦିନଠାରୁ ସେ ନିଜେ ଚିନ୍ତା କଲେ ଯେ ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ନିଜକୁ ଉତ୍ସର୍ଗୀକୃତ କରି ଜନସେବା ରେ ଲାଗିପଡିଲେ,ଲୋକଙ୍କ ଅସୁବିଧାରେ ସାହାଯ୍ୟ ହେବେ l ବର୍ତ୍ତମାନ ପର୍ଯ୍ୟନ୍ତ ସେ ବହୁତ ଲୋକ ଓ ସମାଜ ରେ ପ୍ରିୟ ଭାଜନ ହୋଇ ପାରିଛନ୍ତି l ସେ କୁହନ୍ତି ଯେ ମୋ ମୃତ୍ୟୁ ପରେ ମୋ ଶରୀର ମାଟିରେ ନ ମିଶି କାହା କାମ ରେ ଲାଗୁ ଏଇ ଉଦ୍ଦେଶ୍ୟରେ କଟକ ର ଜଣେ ଜଣାଶୁଣା ଡାକ୍ତର ତଥା ସମାଜ ସେବୀ ଶ୍ରୀମାନ ପ୍ରଭାସ ଆଚାର୍ଯ୍ୟ ଙ୍କ ଠାରୁ ଅନୁପ୍ରାଣିତ ହୋଇ ଶ୍ରୀ ଦରୁଆନ ଆଜି ତାଙ୍କ ଅଙ୍ଗଦାନ କରି ପଦ୍ମପୁର ତଥା ସମଗ୍ର ବରଗଡ ଜିଲ୍ଲା ରେ ଆଲୋଡନ ସୃଷ୍ଟି କରିଛନ୍ତି l ( ରିପୋର୍ଟ – ନିରୋଜ କୁମାର ପାଣୀ )