ଭକ୍ତ ସ୍ୱାଇଁ ପୁଣି ହେଲେ କୋରାଇ ବ୍ଲକ ବିଜେଡି ସଭାପତି

ଓଡ଼ିଶା ତାଜା ନ୍ୟୁଜ୍ (୨୭ ନଭେମ୍ବର ଶୁକ୍ରବାର ) କୋରାଇ :- କୋରାଇ ବ୍ଲକ ବିଜେଡି ସଭାପତି ଭାବେ ଭକ୍ତଚରଣ ସ୍ୱାଇଁ ପୁଣି ମନୋତୀତ ହୋଇଛନ୍ତି । ୨୦୧୬ ମସିହାରୁ କୋରାଇ ବିଜେଡି ସଙ୍ଗଠନ ଦାୟିତ୍ୱ ବହନକରି ସଭାପତି ଭାବେ ରହି ଦଳକୁ ମଜବୁତ କରିବାରେ ପ୍ରମାଣିତ କରିଛନ୍ତି । ଦଳୀୟ ନିର୍ବାଚନୀ ପ୍ରକିୟା ଅନୁଯାୟୀ ଚଳିତ ଥର ବ୍ଲକ ସଭାପତି ଭାବେ ସେ ଏକାମତ୍ର ପ୍ରାର୍ଥୀଭାବେ ନାମାଙ୍କନପତ୍ର ଦାଖଲ କରିଥିବାରୁ ଦଳର ଜିଲା ସଭାପତି ସରୋଜ ମହାପାତ୍ର ତାଙ୍କୁ ବ୍ଲକ ସଭାପତି ଭାବେ ଚୟନ କରିଛନ୍ତି ।

ଶ୍ରୀ ସ୍ୱାଇଁ ଏଥରକୁ ଲଗାଇ ବ୍ଲକ ସଭପତି ଭାବେ ତୃତୀୟଥର ପାଇଁ ନିଯୁକ୍ତି ପାଇଥିବାରୁ ବ୍ଲକର ଦଳୀୟ କର୍ମକର୍ତାଙ୍କ ଗହଣରେ ଆନନ୍ଦ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଦଳର ଯୁବନେତା ତାରକେଶ୍ୱର ମହାନ୍ତି, ସୌଭାଗ୍ୟକୁମାର ମହାନ୍ତି, ବରିଷ୍ଠ ନେତା ରଜେନ୍ଦ୍ରକୁମାର ରାଉତରାୟ, ମନ୍ମୋଥ ନାୟକ, ମହେନ୍ଦ୍ରପ୍ରତାପ ସିଂହ, ରାଜେନ୍ଦ୍ର ରାଉତ, ରାଜେନ୍ଦ୍ର ଗାହାଣ, ଶରତଚନ୍ଦ୍ର ଜେନା, ଶିବଚରଣ ମଲ୍ଲିକ ପ୍ରମୁଖ ଦଳୀୟ କର୍ମକର୍ତା ଓ ସଦ୍ୟଗଣ ଶ୍ରୀ ସ୍ୱାଇଁଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଜେଡିର ସଭାପତି ତଥା ସୁପ୍ରିମୋ ନବୀନପ…ନାୟକ, ରାଜ୍ୟ ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲା ସଭାପତି ଶ୍ରୀ ମହାପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି  (କୋରାଇରୁ /ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )