କୋରାଇ ମଣ୍ଡଳ ସାହିତ୍ୟ ସଂସଦ ପକ୍ଷରୁ ଡ଼ା ପରାମେଶ୍ୱର ନାୟକଙ୍କ ପାଇଁ ଶୋକ ଡ଼ା.ନାୟକଙ୍କ ନିଧନ ଜିଲାର ଚିକିତ୍ସା ଓ ସମାଜସେବା କ୍ଷେତ୍ରରେ ଅପୁରଣୀୟ ହୋଇ ରହିଯିବ : ଡ.ରାମଚନ୍ଦ୍ର ଖୁଂଟିଆ

ଓଡ଼ିଶା ତାଜା ନ୍ୟୁଜ (୨୬ ନଭେମ୍ବର ଗୁରୁବାର) କୋରାଇ :- ବରିଷ୍ଠ ଚିକିତ୍ସକ ତଥା ଅନନ୍ୟ ସମାଜସେବୀ ଡ଼ା. ପରମେଶ୍ୱର ନାୟକ(୮୨)ଙ୍କ ଗତକାଲି ରାତିରେ ବିୟୋଗ ଘଟିଛି । ତାଙ୍କ ନିଧନରେ ସମଗ୍ର ଯାଜପୁର ଜିଲାରେ ଶୋକର ଛାୟଖେଳି ଯାଇଛି । ସେ ଜଣେ ଉଦାର ହୃଦୟର ପ୍ରବୀଣ ଚିକିତ୍ସକ; ସତ୍ୟସାୟୀ ସେବା ମନ୍ଦିରରେ ରୋଗୀମାନଙ୍କ ଚିକିତ୍ସାପାଇଁ ବହୁମୁଲ୍ୟ ସମୟଦେଇ ଅକୁଣ୍ଠିତଭାବେ ଚିକିତ୍ସା କରିଥାନ୍ତି । ତାଙ୍କ ବିୟୋଗରେ ସମଗ୍ର ଜିଲାରେ ଚିକିତ୍ସା ଓ ସମାଜସେବା କ୍ଷେତ୍ର ସବୁଦିନପାଇଁ ଅପୁରଣୀୟ ହୋଇ ରହିଯିବ ବୋଲି କୋରାଇ ମଣ୍ଡଳ ସାହିତ୍ୟ ସଂସଦର ମୁଖ୍ୟଉପଦେଷ୍ଟା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ ଶୋକ ବ୍ୟକ୍ତ କରି କହିବା ସହ ତାଙ୍କର ଜଣେ ରାଜନୈତକ ଉପଦେଷ୍ଟାଙ୍କୁ ହରାଇଲେ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ସ୍ୱର୍ଗତ ନାୟକ କୋରାଇ ମଣ୍ଡଳ ସାହିତ୍ୟ ସଂସଦର ଜଣେ ଶୁଭେଚ୍ଛୁ ଥିଲେ । ତାଙ୍କ ବିୟୋଗ ଖବର ପାଇ ସଂସଦର ସାଧାରଣ ସଂପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆ ଶବାଧାର ନିକଟରେ ପହଂଚି ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଶେଷ ଦର୍ଶନ କରିବା ସହ ସଂସଦ ତା’ର ଜଣେ ସାହିତ୍ୟାନୁରାଗି ଶୁଭେଚ୍ଛୁଙ୍କୁ ହରାଇଲା ବୋଲି ଶୋକବ୍ୟକ୍ତ କରି କହିଥିଲେ । ଡ଼ା. ନାୟକଙ୍କ ପରଲୋକରେ କୋରାଇ ମଣ୍ଡଳ ସାହିତ୍ୟ ସଂସଦ ଗଭୀର ଶୋକପ୍ରକାଶ କରିଛି

ଅନ୍ୟମାନଙ୍କ ମଧ୍ୟରେ ସଂଦସର ସଭାପତି ବିଶିଷ୍ଟ ଗୀତିକାର ନନ୍ଦକିଶୋର ସିଂହ, କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ଶିବଚରଣ ମାଝି, ଉପସଭାପତି ବିନୋଦବିହାରୀ ସାହୁ, ଆଇନିଜୀବୀ ମମତାଜ ଅଲ୍ଲୀ, କାର୍ଯ୍ୟନିର୍ବାହୀ ସଂପାଦକ ଦୟାନିଧି ନାୟକ, ସହସଂପାଦକ ଅଧ୍ୟାପକ ମଳୟକୁମାର ମଲ୍ଲିକ, ଅକ୍ଷୟକୁମାର ବାରିକ ଓ ଅଶୋକକୁମାର ପାତି, ସାଂସ୍କୃତିକ ସଂପାଦକ ତଥା ‘ଆଜ୍ଞାନମସ୍କାର’ର ସଂପାଦକ ବାଇଧର ମାଝି, ସଂଗଠନ ସଂପାଦକ ଭୁବନମୋହନ ମହାନ୍ତି, ବ୍ରଜେଶ୍ୱରୀ ସିଂହ, ପ୍ରଦୀପକୁମାର ଦାସ, ମହ୧ଦ ନସିମୁଲ ଗନି, କାର୍ତିକଚନ୍ଦ୍ର ଦ୍ୱିବେଦୀ, କୋଷଧ୍ୟକ୍ଷ ନବଘନ ସ୍ୱାଇଁ, ମୁଖପତ୍ର ‘କସ୍ତୁରୀ’ସଂପାଦକ ପ୍ରାଧ୍ୟାପକ ଅକ୍ଷୟକୁମାର ମହାନ୍ତି, ଡକ୍ଟର ମୋହନଚରଣ ଖୁଂଟିଆ ପ୍ରମୁଖ କର୍ମକର୍ତା ଓ ସଦସ୍ୟଗଣ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।(କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)