ବରଗଡ଼ ଭଟଲି ଛକ ନିକଟରେ ବାଘ ଛାଲ , ନଖ ଜବତ , ୩ ଅଟକ

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ନଭେମ୍ବର ବୁଧବାର )ବରଗଡ଼  :- ବରଗଡ଼ ସଦର ମହକୁମା ଭଟଲି ଛକ ନିକଟରେ ବାଘ ଛାଲ ଓ ନଖ ଜବତ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ଦ୍ବାରା ଚଢ଼ାଉ କରାଯାଇ ଗୋଟିଏ ଚିତା ବାଘ ର ଛାଲ,୧୧ଟି ନଖ ଓ ୪ଟି ଦାନ୍ତ ଜବତ୍ କରିବା ସହ ୩ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି । ତେବେ କେଉଁ ସ୍ଥାନ ରୁ ଅଣାଯାଇଛି ଏବଂ କେଉଁ ଠାକୁ ଠାକୁ ଚାଲାଣ କରାଯାଉଥିଲା ସେ ସମ୍ପର୍କରେ ସୂଚନା ମିଳିନାହିଁ । ଏସଟିଏଫ ସମେତ ବନ ପ୍ରାଣୀ ବିଭାଗ ଓ ଟାଉନ୍ ଥାନ ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ । (ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ)