ଅମଳିପାଲିରେ ମାଇକ୍ରୋ ଏକଟିଭିଟି ସେଣ୍ଟର ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ନଭେମ୍ବର ବୁଧବାର ) ପଦ୍ମପୁର :- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ – ୭ ଅମଳିପାଲି ଠାରେ ଏକ ମାଇକ୍ରୋ ଏକଟିଭିଟି ସେଣ୍ଟର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ଯଅତିଥି ଭାବରେ ଯୋଗଦାନ କରି ମାଇକ୍ରୋ ଏକଟିଭିଟି ସେଣ୍ଟକୁ ଉଦଘାଟନ କରିଥିଲେ । ଏହି ମାଇକ୍ରୋ ଏକଟିଭିଟି ସେଣ୍ଟର ୱାର୍ଡ ନଂ – ୭ ରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର ବିଭିନ୍ନ ସଭାସମିତି ତଥା ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହୃତ ହେବା ସହିତ ଜନସାଧାରଣଙ୍କ ସାମୁହିକ କାର୍ଯ୍ୟକ୍ରମ ନିମନ୍ତେ ଉପଯୋଗ ହୋଇ ପାରିବ ।

ଏହି ଅବସରରେ ଉପ ଜିଲ୍ଲାପାଳ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର କାର୍ଯ୍ୟକ୍ରମ ତଥା ବ୍ଯାଙ୍କ ଲିଙ୍କେଜ ସଂପର୍କୀତ ବିବରଣୀ ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଜୟନ୍ତ କୁମାର ସାହୁ, କମ୍ପୁନିଟି ଅର୍ଗାନାଇଜର ଚିତ୍ରୋତ୍ପଳା ମେହେର, ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେଇ ଯୋଗଦାନ କରିଥିଲେ ।  ( ରିପୋର୍ଟ – ନିରୋଜ କୁମାର ପାଣୀ )