ଘଣ୍ଟିକିଆ ଡ୍ୟୁଟି କରି ଡାକ୍ତର ଉଭାନ ; ଝିଟିକି ଡାକ୍ତରଖାନାରେ ରହୁ ନାହାନ୍ତି ଡାକ୍ତର 

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ନଭେମ୍ବର ବୁଧବାର ) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଝିଟିକି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିୟମିତ ରହୁ ନଥିବାର ଅଭିଯୋଗ ହୋଇଛି । ଝିଟିକି ଏକ ଉପାନ୍ତ ଓ ଆଦିବାସୀ ଗ୍ରାମ ବହୁଳ ଜନ ବସତି ଅଟେ । ଏହି ଡାକ୍ତରଖାନାରେ ଆଖପାଖ ଅଞ୍ଚଳରେ ଲୋକେ ଚିକିତ୍ସା ଉପରେ ନିର୍ଭର କରନ୍ତି । ଏହି ଡାକ୍ତରଖାନାରେ ଜଣେ ଏମବିବିଏସ,ଜଣେ ଆୟୁଷ ଡାକ୍ତର,ଜଣେ

ଫାର୍ମାସିଷ୍ଟ,ତିନି ଜଣ ଏଏନଏମ ଏବଂ ଜଣେ ଏଟେଣ୍ତଡେଣ୍ଟ ନିଯୁକ୍ତି ହୋଇ ଅଛନ୍ତି । ହେଲେ ଡାକ୍ତର କିମ୍ବା ଏଏନଏମ ନିୟମିତ ରହୁ ନାହାନ୍ତି । ନାହିଁ ନାହିଁରେ ଡାକ୍ତରଖାନା ଚାଲିଛି । ଗୋଟାଏ ଘଣ୍ଟା ଡ୍ଯୁଟି କରି ଡାକ୍ତର ଚାଲି ଯାଆନ୍ତି । ବାକି ସମୟରେ ଲୋକେ ବାହାରେ ନିର୍ଭର କରନ୍ତି । ଏଣୁ ଗ୍ରାମବାସୀ ମାନେ ଅତିଷ୍ଟ ହୋଇ ଅଭିଯୋଗ କରିଛନ୍ତି । ( ରିପୋର୍ଟ – ନିରୋଜ କୁମାର ପାଣୀ )