ଜହ୍ନା କାନରା ବ୍ୟାଙ୍କର ୭ମ ପ୍ରତିଷ୍ଠା ଦିବଦ ପାଳିତ

 

ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାର) କୋରାଇ :- ରାଷ୍ଟ୍ରାୟତ ବ୍ୟାଙ୍କଭାବେ ସାରା ଦେଶରେ ପ୍ରସିଦ୍ଧି ଲାଭ କରି ସାଧାରଣ ଜନତାଙ୍କ ଆଦୃତ ହୋଇଥିବା କାନରା ବ୍ୟାଙ୍କର ଚଳିତ ମାସ ୨୦ତାରିଖରେ ୧୧୫ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ତଦନୁଯାୟୀ କୋରାଇ ବ୍ଳକ ଅନ୍ତର୍ଗତ ଜହ୍ନା ଗ୍ରାମରେ ୨୦୧୩ ମସିହା ନଭେମ୍ବର ୨୦ ତାରିଖରରେ ପ୍ରତିଷ୍ଠା ହୋଇଥିବା କାନରା ବ୍ୟାଙ୍କର ମଧ୍ୟ ୭ମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରେ ବ୍ୟାଙ୍କ ପକ୍ଷରୁ କରୋନା କଟକଣା ଅନୁଯାୟୀ ନିରାଡ଼ ମ୍ବରଭାବେ ପାଳନ କରାଯାଇଥିଲା । ଏହି ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥିଭାବେ ଜହ୍ନା ସରପଂଚ ଭାଗ୍ୟଶ୍ରୀ ମଲ୍ଲିକ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ବ୍ୟାଙ୍କ ପ୍ରତିଷ୍ଠାତା ସୁବରାଓ ପାଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ କରିଥିଲେ ।

ଏହି ଶାଖା ବ୍ୟାଙ୍କକୁ ଅନେକବର୍ଷ ହେଲା କ୍ଷାତି ସାଧିତ ହୋଇଛି । ହେଲେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ନିରନ୍ତନ ସେବା ଓ ଉତମ ବ୍ୟବହାର ଯୋଗୁ ଗ୍ରାହକଙ୍କ ସଂଖ୍ୟା ଅହେତୁକଭାବେ ବୃଦ୍ଧି ପାଇଛି । ବର୍ତମାନ ବ୍ୟାଙ୍କରେ କ୍ଷୁଦ୍ର ଚାଷୀ, ବ୍ୟବସାୟ ପ୍ରତିଷ୍ଠାନ, ସାଧାରଣ ଲୋକେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜମା ଖୋଲି ଋଣ ନେଇ ସ୍ୱାବଲମ୍ବି ହୋଇ ପାରିଛନ୍ତି । ଆଗକୁ ଏହା ଜାରି ରଖିବାକୁ ସରପଂଚ ଶ୍ରୀମତୀ ମଲ୍ଲିକ ବ୍ୟାଙ୍କ ପରିଚାଳକଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଶାଖା ପରିଚାଳକ ପ୍ରକାଶ ଗୁରୁ, କର୍ମଚାରୀ ରଶ୍ମିରାଣୀ, ଆଦିତ୍ୟ ମହାପାତ୍ର, ପିସି ଦାସ, ଶେଷଦେବ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଶାଖା ପରିଚାଳକ ସମସ୍ତଙ୍କ ଉପସ୍ଥିତି ହେତୁ ଧନ୍ୟବାଦ ଜଣାଇଥିଲେ(କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )