ଗଞ୍ଜାମ ଜିଲ୍ଲା ; ହାତୀ ନଷ୍ଟ କଲେ ସହ ସହ ଏକର ଧାନ ଫସଲ କୁମ୍ପାପଡ଼ା ଅଂଚଳରେ ହାତୀ

ଓଡିଶା ତାଜା ନ୍ୟୁଜ୍ (୧୩ ନଭେମ୍ବର ଶୁକ୍ରବାର )ଗଞ୍ଜାମ  :- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଦକ୍ଷିଣ ବନଖଣ୍ଡ , ବୁଗୁଡା ରେଞ୍ଜ ଅନ୍ତର୍ଗତ ପଞ୍ଚଭୂତି ଅଞ୍ଚଳର କୁମ୍ପାପଡ଼ା ଅଂଚଳ ରେ ହାତୀ ମାନେ ସହ ସହ ଏକର ଧାନ ଫସଲ ନଷ୍ଟ କରିଛନ୍ତି । ରାବଗଡ ଅଞ୍ଚଳର ରବେଣୀ ଜଙ୍ଗଲ ରେ ରହୁଥିବା ହାତୀ ମାନେ ଆସି କୁମ୍ପାପଡ଼ା ଅଂଚଳର ଗଣ୍ଡିଆବଣ ରେ ଥିବା ଧାନ ଖେତ ରେ ପସି ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଦେଇଛନ୍ତି । ଧାନ କ୍ଷେତ ପାଚି ଆଦାୟ କରିବା ସମୟରେ ହାତୀ ମାନଙ୍କ ଏପରି ଉପଦ୍ରବ ଯୋଗୁଁ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ହାତୀ ମାନେ ମଧ୍ୟ କରସିଂ ନିକଟ ରାଜ୍ୟ ସଡକ ପଥରେ ଦିନ ବେଳେ ଯାତାୟତ କରୁଛନ୍ତି । ଜଙ୍ଗଲ ନଷ୍ଟ ହୋଇଯିବା ଯୋଗୁଁ ହାତୀ ମାନେ ଏବେ ଗ୍ରାମଭିମୁଖୀ ହେଉଛନ୍ତି ।ଗ୍ରାମବାସୀ ମାନେ ଘଣ୍ଟ ବାଡେଇ ହାତୀ ଘଉଡ଼ାଇଛନ୍ତି । କୁମ୍ପାପଡ଼ା ଅଞ୍ଚଳ ର ପୁରୁଷୋତ୍ତମ ପ୍ରଧାନ,ମହନ୍ତ ପ୍ରଧାନ,ଦିବା ନାୟକ,ସତ୍ୟବାନ ପ୍ରଧାନ,ଚନ୍ଦ୍ର ପ୍ରଧାନ,ଲାଲା ନାୟକ, ପୁନିଆ ନାୟକ, ସୁରେନ୍ଦ୍ର ପ୍ରଧାନ ସମେତ ବହୁ ଚାଷୀ ଙ୍କ ଧାନ କ୍ଷେତ କୁ ହାତୀ ମନେ ଉଜାଡ଼ି ଦେଇଛନ୍ତି । ବନ ବିଭାଗ ତରଫରୁ ହାତୀ ଘଉଡାଇବା ର ପଦକ୍ଷେପ ନେବା ସହ ଚାଷୀ ଙ୍କ ଧାନ ଫସଲ କ୍ଷତି ର ଆକଳନ କରି କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ପାଇଁ ସାଧାରଣ ରେ ଦାବି ହେଉଛି । ( ରିପୋର୍ଟ -ଶେଷଦେବ ସାହୁ )