ଚାନ୍ଦପୁର ପୋଲିସ ର ଲଗାତର ଚଢ଼ାଉ ଖଣି ମାଫିଆ ଙ୍କ ର ହଜାଇଛି ନିଦ ; ବେଆଇନ ଖଣି ଖନନ ରୋକିବା ପାଈଁ ଅଧିକ ସକ୍ରିୟ ହୋଈଛି ପୋଲିସ

ଓଡ଼ିଶା ତାଜା ନ୍ୟୁଜ୍ ( ୧୦ ନଭେମ୍ବର ମଙ୍ଗଳବାର ) ଚାନ୍ଦପୁର : – ରଣପୁର ବ୍ଲକ ଚାନ୍ଦପୁର ଅଞ୍ଚଳ ରେ ଖଣି ମାଫିଆ ଙ୍କ ବେଆଇନ ବେପାର କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଈଁ ପୋଲିସ ପ୍ରାଶାସନ ସମେତ ଜିଲ୍ଲା ପ୍ରଶାସନ ତରଫ ରୁ କଡାକଡି କାର୍ଯ୍ୟାନୁଷ୍ଠାନ ନେବାର କଡ଼ା ନିଷ୍ପତି ନିଆଯାଇଛି । କିଛି ଦିନ ତଳେ ମୁଖ୍ୟ ସଚିବ ଏକ ଭିଡିଓ କନ୍ଫ୍ରେନ୍ସ ରେ ତିନୋଟି ଦିଗ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ନିର୍ଦେଶ ଦେଇଥିଲେ । ପଥର ମାଫିଆ , ବାଲି ମାଫିଆ ତଥା ବେଆଇନ ଖଣି ମାଫିଆ ଙ୍କୁ ରୋକିବା ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ଏହାକୁ ଭିତ୍ତି କରି ଚାନ୍ଦପୁର ରେ ଚାଲିଥିବା ବେଆଇନ ଖଣି ମାଫିଆ ଙ୍କ ଉପରେ ଅଚାନକ ଚଢ଼ାଉ କରି ଚାନ୍ଦପୁର ପୋଲିସ ନୂଆ ନୂଆ ଖଣି ମାଫିଆଙ୍କୁ ଗିରଫ କରିଛି ।

ଚାନ୍ଦପୁର ପୋଲିସ ବାଲି ତଥା ପଥର ମାଫିଆଙ୍କ ଉପରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଯେଉଁଥିପାଇଁ ତିନି ଦିନ ମଧ୍ୟରେ ଲାଟେରାଇଟ୍ ଏବଂ କଳା ପଥର ଲୋଡ୍ ଟ୍ରକ୍ ଜବତ କରାଯାଇ ୧୦ ଜଣଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ପୋଲିସର କାର୍ଯ୍ୟାନୁଷ୍ଠାନ ଭୟରେ ଖଣି ମାଫିଆ ମାନେ ଅଣ୍ଡରଗ୍ରାଉଣ୍ଡ ହୋଇଛନ୍ତି । ସେହି ମାଫିଆ ମାନଙ୍କୁ ଧରିବାକୁ ଚାନ୍ଦପୁର ପୋଲିସ ଲଗାତାର ଉଦ୍ୟମ ଜାରି ରଖିଛି । ଏହି ତିନି ଦିନ ଧରି ଲଗାତର ଖଣି ଉପରେ ଚଢ଼ାଉ କରି ଦୁଇଟି ବାଲି ଗାଡି , ୫୦,0୦୦ ଟଙ୍କା ଜୋରିମାନା ଆଦାୟ କରିବା ସହ ୧୦ ଲୋକଙ୍କୁ ଗିରଫ କରି ଖଣି ମାଫିଆ ଙ୍କ ମନରେ ଭୟ ସୃଷ୍ଟି କରିଛନ୍ତି । ପୋଲିସ ଅକ୍ଳାନ୍ତ ପରିଶ୍ରମ ଚଳାଇ ଏହି ବେଆଇନ ଖଣି ଖାଦନ କୁ ଲୁଟୁଥିବା ମାଫିଆ ମାନଙ୍କ ଉପରେ ପକାଉଛି ଅଚାନକ ଚଡକ । ସୂଚନାନୁସାରେ ବେଆଇନ ଭାବେ ପଥର ଓ ବୋଲ୍ଡର ଚୋରା ଚାଲାଣ ପାଇଁ 04 ହାୱାଇ ଟ୍ରକକୁ ଜବତ କରାଯିବା ସହିତ ଚାନ୍ଦପୁର ଥାନାରେ ୧୨୭/୨୦ , ୧୨୯/୨୦ ଏବଂ ୧୩୦/୨୦ ରେ ମାମଲା ରୁଜ୍ଜୁ କରାଯାଇଛି ।