ଏବେ ପ୍ରାଥମିକ ଚିକିତ୍ସା ପାଈଁ ଟ୍ରାଫିକ୍ ପୋଷ୍ଟ ରେ ରହିବ ଫାଷ୍ଟେର୍ଡ଼ ବକ୍ସ ।

ଭୁବନେଶ୍ୱର, (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- ଅଗ୍ରଣୀ ସ୍ବେଚ୍ଛାସେବୀ ସଂଘ ଜୟ ଓଡ଼ିଶା ଏବଂ କମଶନରେଟ୍ ପୋଲିସ ର ମିଳିତ ଉଦ୍ୟମ ରେ ଆଜି ଭୁବନଶ୍ବରର ସମସ୍ତ ଟ୍ରାଫିକ ପୋଷ୍ଟ ମାନଙ୍କରେ ଫାର୍ଷ୍ଟ୍ ଏଡ୍ ବାକ୍ସ ସ୍ଥାପନ କରାଯାଇଛି । ଏହା ବିଭିନ୍ନ ସମୟ ରେ ସହରବାସୀ ଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇଦେବାରେ ସହଯୋଗୀ ହେବ ବୋଲି ଆଶା କରୁଛୁ ।

ଏହାର ଚାବି କେବଳ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀ ଙ୍କ ପାଖରେ ରହିବା ଫଳରେ କୌଣସି ସାମଗ୍ରୀ ର ଅପବ୍ୟବହାର ହେବନାହିଁ । ଏହା ସହିତ ଜୟ ଓଡ଼ିଶା ର ସଭ୍ୟ ପ୍ରତି ସପ୍ତାହ ରେ ଆବଶ୍ୟକ ଅନୁଯାୟୀ ଔଷଧ ଗୁଡ଼ିକୁ ପୁନାର୍ଭରଣ କରିବେ ।