ପୋଲିସ ନାଁ ରେ ମିଛ କେସ୍ କରି ପଡ଼ିଲା ମହଙ୍ଗା – ରଣପୁର ଅଞ୍ଚଳ ଚାନ୍ଦପୁର

ଓଡ଼ିଶା ତାଜା ନ୍ୟୁଜ ( ୦୯ ଅକ୍ଟୋବର ଶୁକ୍ରବାର ) ରଣପୁର ଅଞ୍ଚଳ ଚାନ୍ଦପୁର :- କିଛି ଦିନ ତଳେ ରଣପୁର ଅଞ୍ଚଳ ରେ କାହ୍ନୁ ଆତଙ୍କ ସୃଷ୍ଟି କରିଥିବା ବେଳେ ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସ୍ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିଲେ । ଏହି ତଦନ୍ତ ସମୟରେ ପୋଲିସ ହାତରେ ଲାଗିଛି କାହ୍ନୁ ସୃଷ୍ଟି କରିଥିବା ରାକେଟ୍ ର ଦୁଇ ସମ୍ପୃକ୍ତ । କାହ୍ନୁ ର ସାଥୀ ରଘୁନାଥ ପ୍ରଧାନ, ସରୋଜ ସେଠୀ ଏବଂ କାହ୍ନୁ ମିଶି ହୋମ ସେକ୍ରେଟେରି ତଥା ଆଡିସନାଲ ଚିଫ୍ ସେକ୍ରେଟେରି ବୋଲି ଲୋକଙ୍କୁ ମିଛ କହି ଏକ କୋଟି ଟଙ୍କା ଲୁଟିଛନ୍ତି ବୋଲି ମଧ୍ୟ ଆଭିଯୋଗ ରହିଛି । ନିଜକୁ ଆଇଏସ୍ ଅଫିସର ର ପରିଚୟ ଦେଇ ନୟାଗଡ଼ ଜିଲ୍ଲା ଓ ରଣପୁର ନିର୍ବାଚନ ମଣ୍ଡଳୀ ର ସରକାରୀ ବ୍ୟବସ୍ଥା କୁ ଏକ ପ୍ରକାର କବଜା କରି ନେଇଥିଲା କାହ୍ନୁ ପ୍ରଧାନ ।

ଏହା ଛଡ଼ା ରାଇପଡା ଡବଲ ମର୍ଡର ହତ୍ୟା ମାମଲା ରେ ଏହି ୩ ଜଣ ଦାୟୀ ଥିବାର ଜଣା ଯାଇଛି । ଗୋଟିଏ ଜାଲ୍ କାଗଜ ତହସିଲ କାର୍ଯ୍ୟାଳୟ ରୁ ଆଣି ରାଇପଡା ଗ୍ରାମ ଲୋକ ଙ୍କୁ ଦେବା ଦ୍ବାରା ସେମାନଙ୍କ ର ରକ୍ତାକ୍ତ ସଂଘର୍ଷ ହୋଇ ମୃତ୍ୟୁ ହୋଈଥିଲା ଏବଂ ଦୁଇଟି ନିରୀହ ଲୋକ ଙ୍କ ଜୀବନ ଚାଲିଗଲା । ଏବେ ପୋଲିସ ସେହି ଜାଲ କାଗଜ ପତ୍ର କିଭଳି ବାହାରିଲା ସେ ଉପରେ ଟିକିନୀକ୍ ତଦନ୍ତ ଚଲାଇଛି । ଏତଦ୍ ବ୍ୟତୀତ ଚାନ୍ଦପୁର ରେ ହୋଇଥିବା ଏକ ମର୍ଡର କେସ୍ କୁ ଆଇଆଇସି ରିଓପନ୍ କରିବାକୁ ବାହାରିବାରୁ ଚାନ୍ଦପୁର ପୋଲିସ ଙ୍କ ନାଁ ରେ କୋର୍ଟ ରେ ମିଥ୍ୟା ମକଦ୍ଦମା ଦାୟର କରିଥିବାରୁ ଆଜି ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି ଜେଲ ପଠାଯାଇଛି । ଉକ୍ତ କେସ୍ ରେ କାହ୍ନୁ ର ପ୍ରମୁଖ ସାଥି ରଘୁନାଥ ପ୍ରଧାନ ଙ୍କୁ ଆଜି ଜେଲ ପଠାଯାଇଛି । ପୋଲିସ ଙ୍କୁ ଡ଼ରେଇବା ପାଈଁ ଏହି ଭଳି ମିଥ୍ୟା ଆରୋପ କରିଥିବାର ଜଣା ପଡ଼ିଛି କିନ୍ତୁ ପୋଲିସ ଦବି ନଯାଇ ଏହି

ମିଥ୍ୟା ମକଦ୍ଦମା କୁ ଭୃକ୍ଷେପ ନକରି ଅଧିକ କ୍ରିୟାଶୀଳ ହୋଇ ସ୍ଵଚ୍ଛ ଓ ନିରପେକ୍ଷ ଭାବେ ତଦନ୍ତ କରି ଅଭିଯୁକ୍ତ ରଘୁନାଥ ପ୍ରଧାନ ଙ୍କୁ ଗିରଫ କରିଛନ୍ତି । ଉକ୍ତ ଅଭିଯୁକ୍ତ ଙ୍କ ସହଯୋଗୀ କାହ୍ନୁ ପ୍ରଧାନ ଏକ ରେଞ୍ଜରୋଭର୍ ଗାଡି ରେ (ଯାହାର ଦାମ କୋଟିଏ ଟଙ୍କା) ସରକାରୀ ହୋମ ଡିପାର୍ଟମେଣ୍ଟ ମାରି ବୁଲିବା ସହିତ ରଣପୁର ର କିଛି ସରକାରୀ ଅଫିସର ମଧ୍ୟ ଏହି ଗାଡି ଵ୍ୟଵହାର କରୁଥିବାର ଦେଖା ଦେଇଥିଲା । ରଣପୁର ପ୍ରଭାବଶାଳୀ ନେତା ମଧ୍ୟ ଏହି ଗାଡି ବ୍ୟବହାର କରୁଥିଲେ ।ପୋଲିସ ଏହି ଗାଡି କାହାର ? ଏହାକୁ କାହ୍ନୁ କିଭଳି ବ୍ୟବହାର କରୁଛି ? ଏହାର ତଦନ୍ତ ନେଇ ଅଧିକ ସକ୍ରିୟ ହୋଈଛି ଚାନ୍ଦପୁର ପୋଲିସ । ଚାନ୍ଦପୁର ପୋଲିସ ଏହି କେସ୍ ର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଫେରାର ଥିବା ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିବା ପାଇଁ ଜୋର ଧରିଛି । ପୋଲିସ ର ସଫଳ ପ୍ରୟାସ , କାହ୍ନୁ ଆତଙ୍କ ମାମଲା ଚାନ୍ଦପୁର ରେ ଏକ ସଫଳ ରୂପ ନେବ ବୋଲି ଚର୍ଚ୍ଚା ହେଉଛି ।