ନିଆଁରେ ପୋଡି ମହିଳା ମୃତ

ଓଡିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ରବିବାର ) ଢେଙ୍କାନାଳ :- ଆଜି ଅପରାହ୍ନ ଟାଉନଥାନା ଅନ୍ତର୍ଗତ ଚନ୍ଦନ ବଜାର ଜୟ ଗୋପାଳ ସାହି ଠାରେ ଜଣେ ନବ ବଧୁ ମହିଳା ନିଆଁରେ ପୋଡି ହୋଇଥିବାର ଦେଖିବାକୁ ମିଳିଛି। ଶରୀର ସଂପୂର୍ଣ୍ଣଭାବେ ପୋଡି ହୋଇ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ଗତ ଡିସେମ୍ବର ୨୦୧୯ ରେ ମୂରଲିଧର ଦଳେଇଙ୍କ ଏକ ମାତ୍ର ପୁତ୍ର ମୁକେଶ ଦଳେଇ(ନାକୁ)ର ଗଁଦିଆ ଥାନା ସନ୍ଥପୁର ନିବାସୀ ମଙ୍ଗୁଳୁ ଦେହୁରୀଙ୍କ କନ୍ୟା ବିଦୁଲତା ଦେହୁରୀ(୨୨)ଙ୍କ ସହିତ ବୈଦିକ ରିତିରେ ବିବାହ ହୋଇଥିଲା । ଟାଉନଥାନା ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି । ଶବକୁ ବ୍ୟବଛେଦ ପରେ ଏହା ହତ୍ୟା ନା ଦୁର୍ଘଟଣା ଜଣାପଡିବା ବୋଲି ପୋଲିସ କହିଛି । ରିପୋର୍ଟ (ଅମର ରଞ୍ଜନ ଦାସ, ଢେଙ୍କାନାଳ)