ଓଡିଶାର ଏକମାତ୍ର ଅଗ୍ରଣୀୟ କର୍ପୋରେଟ କର୍କଟ ରୋଗଚିକିତ୍ସା କେନ୍ଦ୍ର ହେମଲତା ହସ୍ପିଟାଲ – ଭୁବନେଶ୍ୱର

????????????????????????????????????

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) 28.12.2019 ଭୁବନେଶ୍ୱର :- ଓଡିଶାର ଏକମାତ୍ର ଅଗ୍ରଣୀୟ କର୍ପୋରେଟ କର୍କଟ ରୋଗଚିକିତ୍ସା କେନ୍ଦ୍ର, ଯାହାକି ବିଗତ ୧୪ ବର୍ଷ ଧରି ସଫଳତାର ସହିତ କର୍କଟରୋଗ ଚିକିତ୍ସା ପ୍ରଦାନ କରିଆସୁଅଛି । ହେମଲତା ହସ୍ପିଟାଲର ଚର୍ତୁଦଶ ବାର୍ଷିକ ଉତ୍ସବ ଅବସରରେ ବେଙ୍ଗାଲୁରୁସ୍ଥିତ କିଦ୍ୱାଇ ମେଡିକାଲ ଅନଷ୍ଠୁାନର ପ୍ରକ୍ଷାତ୍ କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର (ଡଃ.) କେ.ଗୋବିନ୍ଦ ବାବୁ ହେମଲତା ଓରେସନ ୨୭ ଡିସେମ୍ବର ସଂନ୍ଧ୍ୟାରେ ବକ୍ତବ୍ୟ ପ୍ରଦାନ କରିଥିଲେ । (ଗଇଘଇଏଋଗଋଘଞ ଙୠ ଗଋଞଇଝଞଇଞଓଉ ଈଜଋଇଝଞ ଉଇଘଉଋଜ) ଶିର୍ଷକ ବକ୍ତବ୍ୟ ପ୍ରସଙ୍ଗରେ ପ୍ରଫେସର (ଡଃ.) କେ.ଗୋବିନ୍ଦ ବାବୁ କର୍କଟରୋଗୀ ଚିକତ୍ସିକଙ୍କ ଶିକ୍ଷା ଓ ବୃତି ବିଷୟରେ ଆଲୋକପାତ କରିଥିଲେ ।

ବହୁ କର୍କଟ ରୋଗ ବିଶେଷଜ୍ଞ ତଥା ଚିକିତ୍ସକ ବୃନ୍ଦ ଏଥିରେ ଯୋଗଦେଇ ଏହାକୁ ସଫଳ ମଣ୍ଡିତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ରଥ କହିଥିଲେ ଯେ ବିଗତ ୧୪ ବର୍ଷ ଧରି ଏହି କେନ୍ଦ୍ର ନିରବଛିନ୍ନ ଭାବରେଏବଂ ସୁଲଭ ମୁଲ୍ୟରେ ଅତି ଉଚ୍ଚମାନର ଯୁକ୍ତିଯୁକ୍ତ ଓ ସୁସଙ୍ଗତ ଚିକିତ୍ସା ଦେଇ ଆସୁଅଛି । ଭବିଷ୍ୟତରେ ଚିକିତ୍ସାର ସମସ୍ତପ୍ରକାର ମାନବୃଦ୍ଧି କରାଯାଇ ଏହାକୁ ସମୟ ଉପଯୋଗୀ କରାଯିବାପାଇଁ ହେମଲତା ହସ୍ପିଟାଲ ପ୍ରତିଜ୍ଞାବଦ୍ଧ ଅଟେ ।

ହେମଲତା ହସ୍ପିଟାଲ୍ସ ଏଣ୍ଡ ରିସର୍ଚ୍ଚ ସେନ୍ଟର ଓଡିଶାର ଅଗ୍ରଣୀୟ କର୍ପୋରେଟ କର୍କଟ ରୋଗଚିକିତ୍ସା କେନ୍ଦ୍ର, ଯାହାକି ୨୦୦୫ ମସହିାରେ ପ୍ରଥମକରି ଅତ୍ୟାଧୁନିକ ଲିନିଆକ (ଖଓଘଇଉ) ସହିତ ଆଇ.ଏମ୍.ଆର.ଟି(ଓଗଜଞ) ଏବଂ ସିଟିସିମୁଲେଟର ପୁର୍ବଭାରତରେ ପ୍ରଚଳନ କରିଥିଲେ, ଯାହାକି ଡଃ. ଏ.ପି.ଜେ.ଅବଦୁଲ କଲାମଙ୍କ ଦ୍ୱାରା ୨୭ ଡିସେମ୍ବର ୨୦୦୫ ମସହିାରେ ଉଦ୍ଘାଟିତ ହୋଇଥିଲା । ଏହା ପରଠାରୁ ନିରବଛିନ୍ନ ଭାବରେ ଏହି ହସ୍ପିଟାଲ ବିକିରଣ ଯନ୍ତ୍ର ଦ୍ୱାରା କ୍ୟାନସର ସ୍କ୍ରିନିଂ ଡାଏଗନୋସିସ୍, କ୍ୟାନସର ସର୍ଜରି, ରେଡିଓଥେରାପି ଏବଂ କିମୋଥେରାପି ଆଦି ଚିକିତ୍ସା କ୍ଷେତ୍ରରେ ହଜାର ହଜାର ରୋଗୀଙ୍କୁ ବ୍ୟାପକ ଭାବେ ଚିକିତ୍ସା କରି ଆସୁଅଛି ।