ଓଡ଼ିଶା ମୋ ପରିବାର – ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ ଏକ୍ସ ଏମପି ତଥା ବାଲେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି ଇଂ ରବୀନ୍ଦ୍ର ଜେନା ଯୋଗଦାନ

ଓଡିଶା ତାଜା ନ୍ୟୁଜ୍ ( ୧୨ ଅଗଷ୍ଟ ବୁଧବାର ) ବାଲେଶ୍ୱର :- ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ଆନୁକୂଲୟରେ ବାଲେଶ୍ୱର ଜିଲ୍ଲାରେ ଅଗଷ୍ଟ 9 କ୍ରାନ୍ତିଦିବସ ଠାରୁ ଆରମ୍ଭ ହୋଇ ଅଗଷ୍ଟ 15 ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ସପ୍ତହ ବ୍ୟାପି ସମଗ୍ର ରାଜ୍ୟରେ ହୋଉଥିବା ରକ୍ତଦାନ ଶିବିର ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଗୋଷ୍ଟି ସ୍ୟାସ୍ତ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ରକ୍ତଦାନ ଶିବିରରେ ଏକ୍ସ ଏମପି ତଥା ବାଲେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି ଇଂ ରବୀନ୍ଦ୍ର ଜେନା ଯୋଗଦାନ କରି ଉତ୍ସାହୀ ସ୍ବେଚ୍ଛାକୃତ ରକ୍ତଦlତ୍ତା ଏବଂ ଆୟୋଜକ ବନ୍ଧୁମାନଂକୁ ଧନ୍ୟବାଦ ଜଣାଇଥିଲେ ଓ ଶିବିରକୁ ଉଦଘାଟନ କରିଥିଲେ । ବାଲେଶ୍ୱର ରକ୍ତ ଭଣ୍ଡାରର କର୍ମଚାରୀ ତଥା ଓଡ଼ିଶା ମୋ ପରିବାର ର ସ୍ବେଚ୍ଛାସେବୀ ମାନେ ପରିଚାଳନା କରିଥିଲେ । ( ରିପୋର୍ଟ -ଦୀପ୍ତିମାନ ପତି )