ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାଇଁ ବିଧାନସଭା ପାର୍ଥୀ ଭାବେ ବିଜେଡ଼ି ରୁ ନାମାଙ୍କନ ଦାଖଲକଲେ ରମେଶ

୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଜେଡ଼ି ର ଗଡ ।ସେହି ଗଡ କୁ ଭାଙ୍ଗିବା ପାଇଁ କୁଚକ୍ରି ମାନେ ଲାଗିପଡିଲେ ସତ କିନ୍ତୁ ମୁଖ୍ୟମନ୍ତ୍ରୀ ଙ୍କ ଆଶ୍ରିବାଦ ,ରମେଶ ଚନ୍ଦ୍ର ବେହେରା ପ୍ରଚେଷ୍ଠା ଯୋଗୁଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିକାଶ ର ଶୀର୍ଷ ରେ ପହଞ୍ଚିଲା । ତେଣୁ ରମେଶ ଚନ୍ଦ୍ର ବେହେରାଙ୍କୁ ବିଧାନସଭା ଆସନ ୨୦୨୪ ସାଧାରଣ ନିର୍ବାଚନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ପ୍ରାର୍ଥୀ ପାଇଁ ଚୟନ କଲେ ।

ଏହାପରେ କର୍ମୀ ମାନଙ୍କ ମଧ୍ୟରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଏକ ପ୍ରକାର ଆନନ୍ଦ ଓ ଉଲ୍ହାସ ରେ ଚହଳ ସୃଷ୍ଟି ହୋଇଛି।କାରଣ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବାସିନ୍ଦା ଶ୍ରୀ ରମେଶ ଚନ୍ଦ୍ର ବେହେରା ଙ୍କ ଉପରେ ବହୁତ ଆଶା ଓ ବିଶ୍ୱାସ କରି ଅଛନ୍ତି,କାରଣ ରମେଶ ଚନ୍ଦ୍ର ବେହେରା ଜଣେ ମେଳାପି,ପରୋପକାରୀ,ଉଦାର ମାନବିକତା ,କର୍ମଠ,ପରିଶ୍ରମୀ ,ଓ ପ୍ରଜାଙ୍କ ଆବେଗ ଶୁଣିବାର ବ୍ୟକ୍ତିତ୍ଵ ଅଟନ୍ତି,ଏବଂ ତାଙ୍କ ଦ୍ଵାରା ଦଶପଲ୍ଲା , ଗଣିଆ , ନୂଆଗାଁ ରେ ଯେପରି ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ହୋଇ ଅଛି ,

ସେହି ପରି ଦଶପଲ୍ଲା ବିଧାନସଭା କ୍ଷେତ୍ର ର ମଧ୍ୟ ସର୍ବାଙ୍ଗୀନ ଓ ଉନ୍ନତି ର ପ୍ରତୀକ ନୂତନ ସୂର୍ଯ୍ୟ ଦୋୟ ହେଇଛି। ଏହି ଅବସରରେ ଆଜି ସକାଳୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ହଜାର ହଜାର କର୍ମୀ , ସୁଭେଛୁ,ସଂଗଠକ ଗହଣରେ ଦଶପଲ୍ଲା ମହାବୀର ଙ୍କ ଠାରେ ପୂଜା ଅର୍ଚ୍ଚନା କରି ଆଶ୍ରିବାଦ ନେଇ ଶାନ୍ତି ଶୃଙ୍ଖଳା ର ସହ ବିଶାଳ ପଟୁଆରରେ ପ୍ରାୟ ୧୦ ହଜାର ରୁ ଅଧିକ ବିଜୁ ଜନତା ଦଳର ଶୁଭେଛୁ,କର୍ମୀ , ସଂଗଠକ, ଙ୍କୁ ନେଇ ନୟାଗଡ଼ ଜିଲ୍ଲା ନୂଆ ବସଷ୍ଟାଣ୍ଡ ଠାରୁ ଜିଲାପାଳଙ୍କ ଅଫିସ କୁ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଶ୍ରୀ ରମେଶ ଚନ୍ଦ୍ର ବେହେରା ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

କନ୍ଧମାଳ ବିଜେଡ଼ି ସାଂସଦ ପ୍ରାଥି ଡଃ ଅଚ୍ୟୁତ ସାମନ୍ତ ,ନୟାଗଡ ବିଜେଡ଼ି ବିଧାୟକ ପ୍ରାର୍ଥୀ ଡ ଅରୁଣ କୁମାର ସାହୁ,ଙ୍କ ସହିତ ତିନେଟି ବ୍ଲକ ଅଧ୍ୟକ୍ଷା ,ଦଶପଲ୍ଲା ଏନ ଏ ସି ଅଧ୍ୟକ୍ଷା ,ଉପାଧ୍ୟକ୍ଷ , ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ,ସମସ୍ତ ପଞ୍ଚାୟତ ର ସରପଞ୍ଚ ,ସମିତି ସଭ୍ୟ , ସଭ୍ୟା ,ଏବଂ ବିଜୁ ଜନତା ଦଳର କର୍ମୀ, ସଂଗଠକ , ଶୁଭେଛୁ ଙ୍କ ସହ ବହୁ ଯୁବ, ଛାତ୍ର ଉପସ୍ଥିତ ରହିଥିଲେ । ଲୋକାରଣ୍ୟ ହୋଇଥିଲା ନୟାଗଡ ।