ମା, ହାଡ଼ବାଇ ଯାତ୍ରା ମହୋତ୍ସବର ଉଦଯାପନୀ ରଜନୀରେ ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା

୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ପରମ ବୈଷ୍ଣବୀ ମା, ହାଡ଼ବାଇଙ୍କ ଯାତ୍ରା ଉତ୍ସବର ଶନିବାର ଦିନ ଥିଲା ଉଦଯାପନୀ ରାତ୍ରି । ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ନୂଆଗଡ଼ ଗ୍ରାମ୍ୟ କମିଟିର ସଭାପତି ବିକ୍ରମ କେଶରୀ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବିଜୟ ଲକ୍ଷ୍ମୀ ସାହୁ, ମୁଖ୍ୟ ବକ୍ତା ଭାବେ ସୁ ସାହିତ୍ୟିକ ଆର୍ଯ୍ୟ କୁମାର ଞାନେନ୍ଦ୍ର , ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ,

କଟକ ସଦର କଂଗ୍ରେସ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ଗୋଛୟତ,ପଣ୍ଡା କିୟୁର ହସପିଟାଲର ସିଓ ଶାନ୍ତୁନ କୁମାର ଦାସ, ରାଜ ଗୁରୁ , ସଫଳ ବ୍ୟବସାୟୀ କାଜଲ ପଟ୍ଟନାୟକ, ବିଜୟ ଭରାଡେ, ଗ୍ରାମ୍ୟ କମିଟିର ପରାମର୍ଶଦାତା ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର, ଯାତ୍ରାକମିଟିର ଚେୟାରମ୍ୟାନ ଶିଶିର ରାଉତରାୟ, କାର୍ଯ୍ୟକାରୀ ସଭାପତି ତ୍ରୈଲୋକ ପ୍ରଧାନ, ପରାମର୍ଶ ଦାତା ପ୍ରସନ ସାହୁ, କେଦାର ନାଥ ସିଂ,

ମହନ୍ତ ଡ଼ମ୍ବୁର ଧର ସାମନ୍ତରାୟ, ଅଧିକାରୀ ସଦାଶିବ ମହାନ୍ତି, ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । କମିଟି ପକ୍ଷରୁ ବିଭିନ୍ନ ଗ୍ରାମର ସଭାପତି, ସଂପାଦକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଗ୍ରାମ୍ୟ କମିଟିର ସଂପାଦକ ସନ୍ତୋଷ ସାମନ୍ତରାୟ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହାସହିତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଦୂର୍ଗା ମନ୍ଦିର ଅପେରା ପାର୍ଟି ପକ୍ଷରୁ ଶେଷ ରାତ୍ରିର ଯାତ୍ରା ପରିବେଷଣ କରିଥିଲେ । ଏହି ଯାତ୍ରାରେ ପ୍ରବଳ ଜନସମାଗମ ହୋଇଥିଲା ।