ମା,ହାଡ଼ବାଇ ଯାତ୍ରା ମହୋତ୍ସବର ଦ୍ୱିତୀୟ ରଜନୀରେ – ସାଂସଦ ଭତୃହରିଙ୍କ ଯୋଗଦାନ

୨୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦରଥାନା ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ପରମ ବୈଷ୍ଣବୀ ମା, ହାଡ଼ବାଇଙ୍କ ଯାତ୍ରା ମହୋତ୍ସବର ଗୁରୁବାର ଦିନ ଥିଲା ଦ୍ୱିତୀୟ ଦିବସ । ଏହି ମହୋତ୍ସବରେ ସାଂସଦ ଭତୃହରି ମହତାବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେବାସହ , ମାଟ୍ରିକ ଛାତ୍ରଛାତ୍ରୀ ମାନଙ୍କୁ ହାଡ଼ବାଇ ଯାତ୍ରା କମିଟି ତରଫରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ନୂଆଗଡ଼ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ବିକ୍ରମ କେଶରୀ ଶତପଥୀ ଅଧ୍ୟକ୍ଷତା କରିଥିଲେ । ଏହି ଉତ୍ସବରେ ୫୮ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ବେହେରା, ବିଜେପିର ବରିଷ୍ଠ ନାରୀନେତ୍ରୀ ସ୍ମୃତି ପଟ୍ଟନାୟକ, ବିଜେପି ରାଜ୍ୟ ମୁଖପାତ୍ର ସଜନ ଶର୍ମା , ଯାତ୍ରା ମହୋତ୍ସବ କମିଟିର ଚେୟାରମ୍ୟାନ ଶିଶିର ରାଉତରାୟ, ତ୍ରୈଲୋକ ପ୍ରଧାନ, ପ୍ରଶନ ପ୍ରଧାନ ,

ଗ୍ରାମ୍ୟ କମିଟିର ମହା ସଚୀବ ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଗ୍ରାମ୍ୟ କମିଟିର ସଂପାଦକ ସନ୍ତୋଷ କୁମାର ସାମନ୍ତରାୟ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ଯୁବକ ଏବଂ ଗ୍ରାମ୍ୟ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଦୂର୍ଗା ମନ୍ଦିର ଅପେରା ପାର୍ଟିର କଳାକାର ମାନେ ଅପେରା ପରିବେଷଣ କରିଥିଲେ ।