ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀ ପାଇଁ ବିଜେଡ଼ି ଓ କଂଗ୍ରେସ ପ୍ରାର୍ଥୀ ପତ୍ର ଦାଖଲ

୨୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ମାଲକାନଗିରି ବିଧାନସଭା ଆସନ ଏବଂ ଚିତ୍ରକୋଣ୍ଡା ବିଧାନସଭା ଆସନରୁ କଂଗ୍ରେସ ଏବଂ ବିଜେଡିର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗରମକୁ ଖାତିରି ନକରି ବିଜେଡି ଓ କଂଗ୍ରେସ ନିଜ ନିଜର ପରାକ୍ରମ ଆଜି ମାଲକାନଗିରିରେ ଦେଖାଇଛନ୍ତି । ବିଜେଡିର ମାଲକାନଗିରି ବିଧାନସଭା ଆସନ ପାଇଁ ଘୋଷିତ ପ୍ରାର୍ଥୀ ମାନସ ମାଡକାମୀ ନିଜର ହଜାର ହଜାର କର୍ମୀ ଓ ସମର୍ଥକମାନଙ୍କ ସହ ଏକ ବିରାଟ ପଟୁଆରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ଠାରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ କରିଥିବା ବେଳେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ନାୟକ ମଧ୍ୟ ନିଜର ସମର୍ଥକମାନଙ୍କୁ ନେଇ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ନିକଟରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ।

ବିଜେଡି କର୍ମୀଙ୍କ ଆତସବାଜିରେ ସହର ପ୍ରକମ୍ପିତ ହୋଇଉଠିଥିଲା। ସେହିପରି କଂଗ୍ରେସର ଦୁଇ ପ୍ରାର୍ଥୀ ସ୍ଥାନୀୟ ରାମ ମନ୍ଦିରରୁ ନିଜର ହଜାର ହଜାର କର୍ମୀ ଓ ସମର୍ଥକମାନଙ୍କ ସହ ବିରାଟ ରାଲିରେ ବାହାରିଥିଲେ। ମାଲକାନଗିରି ବିଧାନସଭା ପାଇଁ ମାଲା ମାଢି ମଧ୍ୟ ନିଜର ପ୍ରାର୍ଥୀ ପତ୍ର ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ଠାରେ ଦାଖଲ କରିଥିବା ବେଳେ ଚିତ୍ରକୋଣ୍ଡା ବିଧାନସଭା ପାଇଁ ମଙ୍ଗୁ ଖିଲ ନିଜ ପ୍ରାର୍ଥୀ ପତ୍ର ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ନିକଟରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ତେବେ ଦୁଇ ପାରଂପାରିକ ପ୍ରତିଦ୍ବନ୍ଦୀ ନିଜ ନିଜର ପରାକ୍ରମ ଦେଖାଇଥଲେ ।