ସ୍ବଚ୍ଛ ପୁରୀ ଗର୍ବ ଆମରି ସଂସ୍କୃତ ବିଶ୍ୱବିଦ୍ୟାଳୟ : ବାମପଟେ ଅଳିଆଗଦା – ପଛପଟେ ଅଳିଆ ଗାଡି

୨୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :->  ସକାଳୁ ନଉଠିବା ପୂର୍ବରୁ ଅଳିଆ ଗାଡିରୁ ସ୍ବର ଛୁଟି ଆସୁଛି । ପବିତ୍ର ପୁରୀ ଗର୍ବ ଆମରି । ବଡଦାଣ୍ଡ ସମେତ ସାହି ଗଳି କନ୍ଦିରେ ଅଳିଆ ଯେପରି ପବିତ୍ର ଭୂମିକୁ ସ୍ପର୍ଶ କରିନପାରିବ ସେଥି ପାଇଁ କାର୍ଯ୍ୟକ୍ରମ ଚାଲୁ ରହିଛି । ପୂର୍ବରୁ ଥିବା ସଦାଶିବ ସଂସ୍କୃତ ଟୋଲ ଏବେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିସରର ନାମରେ ପରିଚିତ । ପାଠଶାଳା ନିର୍ମାଣ ସମୟରେ ପ୍ରବେଶ ପଥ ଶ୍ରୀମନ୍ଦିର ଆଡକୁ ଗେଟ ରହିଥିଲା । ଯାହା ଧାର୍ମିକ ଦୃଷ୍ଟି କୋଣରୁ ମହତ୍ତ୍ବ ବହନ କରିଥିଲା ।

ଏବେ ସେହି ବିଶ୍ୱବିଦ୍ୟାଳୟଟି ଶ୍ରୀମନ୍ଦିର ସିଂହଦ୍ଵାର ପଟକୁ ପଛ କରି ପୂର୍ବ ପଟକୁ ମୁଖ୍ଯ ପ୍ରବେଶ ପଥ ଖୋଲାଯାଇଛି । ସାରା ଭାରତ ବର୍ଷରେ ଶହ ଶହ ବିଦ୍ୟାର୍ଥୀ ଏହି କଲେଜରେ ପଢୁଛନ୍ତି । କଲେଜର ବାମ ପାର୍ଶ୍ବରେ ପ୍ରତି ଦିନ ଟ୍ରକ ଟ୍ରକ ଅଳିଆ ଗଦା ହେଉଛି । ବିଦ୍ୟାର୍ଥୀ ମାନେ ସେହି ପଟେ ଚାଲିକରି ଯିବା ସମୟରେ ପୋଚା ଗନ୍ଧରେ ଅଣନିଶ୍ବାସୀ ହୋଇପଡୁଛନ୍ତି । କଲେଜର ତିନିପଟେ ପାଚେରିରେ ରଙ୍ଗ ସହ ବିଭିନ୍ନ ଚିତ୍ର ଅଙ୍କନ କରାଯାଇଛି । କିଛି ଦିନ ତଳେ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ଚଟି ବହି ଉପରେ ବିଶ୍ବସ୍ତରୀୟ ଆଲୋଚନାଚକ୍ର କରାଯାଇ ମା ଲକ୍ଷ୍ମୀଙ୍କ ସ୍ବଚ୍ଛତା ସମ୍ପର୍କରେ ଜନତାଙ୍କୁ ଅବଗତ କରାଇଥିଲେ ।

ଏଥିପାଇଁ ଆନୁମାନିକ ୨୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏବେ କିଛିଦିନ ହେଲାଣି ଅଳିଆ ଓ କୁକୁର ମଳ ସଫାକରି ତାହାକୁ ଅଳିଆ ଗଦାରେ ଜମା କରିବା ପରେ ଖାଲି ଠେଲା ଗାଡି ଗୁଡିକ କଲେଜର କାନ୍ଥକୁ ଲଗାଇ ରଖାଯାଉଛି । ଯାହା କଲେଜର ସୌନ୍ଦର୍ଯ୍ଯକୁ ନଷ୍ଟ କରୁଛି । ଏହା ଏକ ସଂସ୍କୃତର ଧାର୍ମିକ ଅନୁଷ୍ଠାନ ହୋଇଥିବାରୁ ଧୋତି ଓ କୁର୍ତ୍ତା ପିନ୍ଧି ଯାଉଥିବା ବିଦ୍ୟାର୍ଥୀ ଓ ପ୍ରଧ୍ୟାପକ ମାନେ ପୋଷ୍ଟ ଅଫିସ ପଟେ ବୁଲିକରି ଯାଉଛନ୍ତି । ଅଳିଆ କମ୍ପୋଷ୍ଟ କାରଖାନା ଓ ଠେଲାଗାଡି ପାଚେରିରୁ କାଢିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି