କ୍ରିଦାଶପୁର ଓ ବାଲୁଗାଁ ପଞ୍ଚାୟତରେ ଭୋଟରଙ୍କ ଆଶୀର୍ବାଦ ନେଲେ – ଅରୁଣ, ଡବଲ ଶଙ୍ଖର ଦେଲେ ଆହ୍ୱାନ

ମହିଳା ସଶକ୍ତି କରଣର ବାର୍ତ୍ତା ଦେବା ସହ ୯ ଗୋଟି ସଭାରେ ଯୋଗ ଦେଲେ ଅରୁଣ

୨୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼  :-> ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । ବିଜେଡି ପକ୍ଷରୁ ପ୍ରଚାର କାର୍ଯ୍ୟକୁ ଯୋରଦାର କରାଯାଇଛି । ଦ୍ୱାର ଦ୍ୱାର ବୁଲି ବିଜେଡି ନେତା ଓ କର୍ମୀ ଭୋଟ ଭିକ୍ଷା କରୁଛନ୍ତି । ଏଥି ସହିତ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି । ଆଜି ଅପରାହ୍ନରେ ନୟାଗଡ଼ ବ୍ଲକ ଅନ୍ତର୍ଗତ କ୍ରୀଦାସପୁର ପଞ୍ଚାୟତର ୯ ଗୋଟି ଗ୍ରାମରେ ଆଜି ଲୋକ ମାନଙ୍କର ଆଶୀର୍ବାଦ ନେବା ସହ ଭୋଟ ଭିକ୍ଷା କରିଛନ୍ତି ଅରୁଣ ।

କ୍ରୀଦାସପୁର ପଞ୍ଚାୟତର ଗୋଡିପାଟଣା, ମାଳତିପୁର, ଗବଡିହି, ଡିମିରିପାଟଣା, ଜେମାଦେଇପୁର, କଞ୍ଚନବେଲୀ, ଯୌତୁକପାଟଣା, କୋଡିଏକାହାଣିଆ ଓ କ୍ରୀଦାସପୁର ଗ୍ରାମରେ ୯ ଗୋଟି ସଭା କରିଛନ୍ତି । ସେହି ପରିବାରରେ ବାଲୁଗାଁ ଗ୍ରାମ ପଞ୍ଚାୟତର ନୂଆକଣ୍ଟାବଣିଆ, ଛକସାହି, ଜୟମଙ୍ଗଳ, ଖଡ଼ଗପ୍ରସାଦ, କାଦୁଆ ଓ ଘଣ୍ଟସାହି ଗ୍ରାମରେ ପ୍ରଚାର କରିଛନ୍ତି ଅରୁଣ । ଆସନ୍ତା ନିର୍ବାଚନରେ ଯୋଡି ଶଙ୍ଖରେ ଭୋଟଦେବା ପାଇଁ ଭୋଟର ମାନଙ୍କୁ ନିବେଦନ କରିଛନ୍ତି ଅରୁଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ମହିଳା ମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ମହିଳା ଶସକ୍ତି କରଣ କ୍ଷେତ୍ରରେ ଓଡିଶା ଆଜି ସାରା ଭାରତ ବର୍ଷରେ ଏକ ନମ୍ବର ହୋଇଛି । ମହିଳା ମାନେ ସଶକ୍ତ ହୋଇଛନ୍ତି ।

ରାଜ୍ୟ ସରକାର ମହିଳା ମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ କରିଥିବାରୁ ମହିଳା ମାନେ ଅଧୀକ ସ୍ୱାବଲମ୍ବି ହୋଇଛନ୍ତି । ସେହିପରି ଭାବେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ଅନେକ ଲୋକ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମାଗଣାରେ ଚିକିତ୍ସିତ ହେଇପାରୁଛନ୍ତି । ରାଜ୍ୟ ସରକାର କରିଥିବା ମଧୁବାବୁ ପେନ୍‌ସନ୍ ଯୋଜନା, ମମତା ଯୋଜନା, ବାର୍ଦ୍ଧକ୍ୟ ବିଧବା ଓ ବିକଳାଙ୍କ ଭତ୍ତାକୁ ବୃଦ୍ଧି କରିଛନ୍ତି । ନବୀନ ପଟ୍ଟନାୟକଙ୍କ ବିକାଶର ଧାରା ବିଜେଡି ପ୍ରାର୍ଥୀଙ୍କ ପାଇଁ ମାପକାଠି ହେବ ବୋଲି ଡ. ସାହୁ ପ୍ରକାଶ କରିଛନ୍ତି ।

ଆସନ୍ତା ନିର୍ବାଚନରେ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ସାରା ବିଶ୍ୱରେ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି ବୋଲି ଡ. ସାହୁ ପ୍ରକାଶ କରିଥିଲେ । ଉକ୍ତ ୯ ଗୋଟି ସଭାରେ ମହିଳା ମାନେ ବହୁ ପରିମାଣରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ସବୁଠି ଅରୁଣଙ୍କ କ୍ରେଜ୍‌ର ନାରା ବାଜିଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସଞ୍ଜୁବାଳା ବିଶ୍ୱାଳ, ସମିତି ସଭ୍ୟା ବାସନ୍ତୀ ପଣ୍ଡାଙ୍କ ସମେତ ସମସ୍ତ ଗ୍ରାମର ମୁରବି ମାନେ ଉପସ୍ଥିତ ରହିଥିଲେ । ସେହି ପରିବାରରେ ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, ସମିତି ସଭ୍ୟା କବିତା ନାୟକଙ୍କ ସମେତ ଉକ୍ତ ପଞ୍ଚାୟତର ବହୁ ବରିଷ୍ଠ ନେତୃ ମଣ୍ଡଳୀ ଉପସ୍ଥିତ ରହିଥିଲେ ।