ଖପ୍ରାଖୋଲ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଭିଭାବକ ସମାବେଶ

୨୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :->  ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଭିଭାବକ ସମାବେଶ ଅଧକ୍ଷ ବଳଭଦ୍ର ଦାଶ ଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀ ଛାତ୍ର ମାନଙ୍କ ଉତ୍ତମ ଚରିତ୍ର ଗଠନ, ଉପସ୍ଥାନ ,

ଗ୍ରୀଷ୍ମ ଅବକାଶ ସମୟରେ ଛାତ୍ରୀ ଛାତ୍ର ଙ୍କୁ ଅବିଭାବକ ମାନେ ଅଧ୍ୟୟନ ପାଇଁ କହିବା ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ମଧୁସ୍ମିତା ସାହୁ, ମୀନା ସାହୁ, ହରିଶ୍ ବେହେରା, କିଶୋର ବାଗ, ଜନାର୍ଦ୍ଦନ ସୁନା ବିଦ୍ୟାଳୟ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ, ଅବିଭାବକ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପକ ପ୍ରଶାନ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।