ଫୁକୁକିମୁଣ୍ଡା ଗାଁ ର ଯୁବ ଯୋଗ ଗୁରୁ ହରି ଭାଇ ବିଦ୍ୟା ବାଚସ୍ପତି ସମ୍ମାନ ରେ ସମ୍ବର୍ଦ୍ଧିତ

୨୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ  :->  ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସାହଜ ପାଣି ଗାଁ ର ଯୁବ ଯୋଗ ଗୁରୁ ହରିଭାଇ ଙ୍କୁ ହିନ୍ଦୀ ଭାଷା ପ୍ରଚାର ପ୍ରସାର, ପ୍ରାକୃତିକ ଚିକିତ୍ସା, ଯୋଗ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ହିନ୍ଦୀ ବିଦ୍ୟାପୀଠ ମଥୁରା ତରଫରୁ ମଧ୍ୟପ୍ରଦେଶ ଭୋପାଳ ର ହୋଟେଲ ରେସି ଡେନ୍ସି ଠାରେ ଆୟୋଜିତ ଭବ୍ୟ ସମାରୋହରେ ବୁଧବାର ବିଦ୍ୟାବାଚସ୍ପତି ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିବା ଜଣାଯାଇଛି।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାପୀଠ ର କୁଳପତି ଡ଼ା ଇନ୍ଦୁଭୂଷଣ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ନ୍ୟାୟାଧିଷ ଦେବେନ୍ଦ୍ର କୁମାର ଜୈନ, ମୁଖ୍ୟ ବକ୍ତା ରୂପେ କଥା ବାଚିକା ଦିପା ମିଶ୍ର, ସମ୍ମାନିତ ଅତିଥି ପଦ୍ମ ଶ୍ରୀ ପଣ୍ଡିତ ବିଶ୍ଵନାଥ ପାଣିଗ୍ରାହୀ, ପରିବେଶ ବିଦ୍ ବିଶ୍ୱକାନ୍ତ କାନକାନେ ସମେତ ଅନ୍ୟ ମାନେ ଯୋଗଦେଇ ସମ୍ବର୍ଦ୍ଧିତ କରିଥିବା ଜଣାଯାଇଛି ।

ବିଭିନ୍ନ କ୍ଷେତ୍ର ରେ ସୁନାମ ଅର୍ଜନ କରିଥିବା ୫୮ ଜଣକୁ ଏଭଳି ସମ୍ମାନ ଜନକ ବିଦ୍ୟା ବାଚସ୍ପତି ସମ୍ମାନ ରେ ଉପଢୌକନ, ମାନପତ୍ର, ପ୍ରମାଣ ପତ୍ର ଆଦି ଦେଇ ସମ୍ବର୍ଦ୍ଧିତ କରିଥିଲେ। ସୂଚନା ଯୋଗ୍ୟ ଯୁବ ଯୋଗ ଗୁରୁ ହାରିଭାଇ ପୂର୍ବରୁ ଡକ୍ଟରେଟ, ସେବା ଗୌରବ, ଯୁବ ଗୌରବ ଭଳି ବିଭିନ୍ନ ସମ୍ମାନ ରେ ସମ୍ବର୍ଦ୍ଧିତ ହୋଇ ସାରିଛନ୍ତି। ତାଙ୍କ ଏହି ସଫଳତାରେ ଖପ୍ରାଖୋଲ ଅଞ୍ଚଳ ର ତାଙ୍କ ଶୁଭୁଛୁ, ବନ୍ଧୁ କୃତଜ୍ଞତା ଜଣାଇଛନ୍ତି।