ଶକ୍ତିଶାଳୀ ହେଉଛି ବିଜେଡି : ୧୫୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗଦାନ

୨୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୧୫୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନିତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ଯୋଗ ଦେଉଛନ୍ତି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।

ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ବିରୁଡ଼ା ଗ୍ରାମ ପଞ୍ଚାୟତ ବାଘେରା ଗ୍ରାମର ରବିନ୍ଦ୍ର ମହାପାତ୍ର, ଜୟକୃଷ୍ଣ ମହାପାତ୍ର ଓ ଅଚ୍ୟୁତାନନ୍ଦ ନାୟକ ବିଜେଡିରେ ଯୋଗ ଦେଇଛନ୍ତି । ସେହିପରି ଭାଟସାହି ଗ୍ରାମର ନିଳମରି ବେହେରା ଓ ଦିନବନ୍ଧୁ ବେହେରା ବିଜେଡିରେ ଯୋଗ ଦେଇଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର କଅଁର, ନୟାଗଡ଼ ଜିଲ୍ଲା ବିଜେଡି ସମ୍ପାଦକ ଗଗନ ବିହାରୀ ମିଶ୍ର, ବିଜେଡି ନେତା ଶେକ୍ ନଇନ୍ ଓ ବିରୁଡ଼ା ଗ୍ରାମ ପଞ୍ଚାୟତ ସମିତି ସଭ୍ୟାଙ୍କ ପ୍ରତିନିଧି ରଞ୍ଜନ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ । ନବୀନ ପଟ୍ଟନାୟକ ଜିନ୍ଦାବାଦ, ଡ. ଅରୁଣ କୁମାର ସାହୁ ଜିନ୍ଦାବାଦ, ଅରୁପ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ ଓ ଆମ ପାଇଁ ବଡ଼ ଆମ ନୟାଗଡ଼ ର ନାରା ଦେଇଥିଲେ ।