ବାଦିପାଲା ଉଦଯାପିତ

୨୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ, :-> ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଂଚାୟତ ନୟାପଲ୍ଲୀ ଗ୍ରାମର ପଲ୍ଲୀ ମଙ୍ଗଳ ଯୁବକ ସଂଘ ପକ୍ଷରୁ ମା ଭୂଆସୁଣୀଙ୍କ ପୀଠରେ ଚାରି ଦିନ ଧରି ଚାଲିଥିବା ବାଦି ପାଲା ଉଦଯାପିତ ହୋଇଛି। ଏଥିରେ ଗାୟିକା ମୀନାରାଣୀ ପୃଷ୍ଟି ଓ ବିଜୟଇନି ହରିଚନ୍ଦନ ପାଲା ପରିବେଷଣ କରିଥିଲେ ।

ଉଦଯାପାନୀ ଉତ୍ସବରେ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସାହୁ ଓ ସରପଂଚ ପ୍ରଦୀପ କୁମାର ବାରିକ  ଯୋଗ ଦେଇ ଉତ୍ସାହିତ କରିଥିଲେ । ପଲ୍ଲୀ ମଙ୍ଗଳ ଯୁବକ ସଂଘର ସଭାପତି ଦାଶରଥୀ ଖୁଣ୍ଟିଆଙ୍କ ଓ  ମହିମା ସେବା ଫାଉଣ୍ଡେସନ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।