ପୋଲିସର ଫ୍ଲାଗମାର୍ଚ୍ଚ

୨୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ପୋଲିସ ପକ୍ଷରୁ ପଞ୍ଚମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନିମନ୍ତେ ଫ୍ଲାଗମାର୍ଚ୍ଚ କରାଯାଇଛି ଥାନା ଅଧିକାରୀ ଚନ୍ଦ୍ର ଶେଖର ଜେନା ଙ୍କ ତତ୍ବାବଧାନରେ ୩ ପ୍ଲାଟୁନ ପୋଲିସ୍ ଫୋର୍ସ ସହିତ ଥାନାର ୬ ଜଣ ଅଧିକାରୀଙ୍କୁ ନେଇ ନାଚୁଣୀ ପଞ୍ଚାୟତ,

ଆୟତପୁର ପଞ୍ଚାୟତ, ଗମ୍ଭାରିମୁଣ୍ଡା ପଞ୍ଚାୟତର ଗ୍ରାମ, ଛକ ଓ ବଜାରରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଦୋକାନ ବଜାର ରାତି ୧୦ ଟା ପରେ ବଂଦ ରଖିବା ସହିତ , ଏକାଧିକ ଲୋକ ଏକାଠି ନହେବା, ମଦ୍ୟପାନ ନକରିବା ଓ ପୋଲିସ ଆଇନ୍ ୩୦ ଧାରା ଲାଗୁ ସମ୍ପର୍କରେ ଅବଗତ କରାଯାଇଥିଲା ।