ଆଗ୍ରହ ଏମିତି ,ପ୍ରାର୍ଥୀପତ୍ର ଦେଖିବାକୁ ସୁନାବେଡ଼ା ରୁ କୋରାପୁଟ କୁ ଆସିଥିବା ଜଣେ ଦୃଷ୍ଟି ବାଧିତ

୨୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ  :->  ସାଧାରଣ ନିର୍ବାଚନ କୋରାପୁଟ ଜିଲ୍ଲାର ସବୁଆଡ଼େ ବର୍ତ୍ତମାନ ଚାଲିଛି ପ୍ରାର୍ଥୀ ପତ୍ର ଦାଖଲ । ଏହି ପ୍ରରିପ୍ରେକ୍ଷୀରେ ବିଭିନ୍ନ ଦଳର ପକ୍ଷରୁ ଚାଲିଛି ପ୍ରାର୍ଥୀ ପତ୍ର ଦାଖଲ ଚାଲିଛି । ଏମିତିକି ବିଭିନ୍ନ ଦଳରୁ ପ୍ରାର୍ଥୀ ମାନଙ୍କ ସମର୍ଥକ ଓ କର୍ମୀ ମାନେ ସେମାନଙ୍କ ସପକ୍ଷରେ ପ୍ରାର୍ଥୀ ପତ୍ର ଦାଖଲ ଓ ଶୋଭାଯାତ୍ରାରେ ଆଗ୍ରହର ସହିତ ଯୋଗ ଦେଉଥିବା ଦେଖିବାକୁ ମିଳୁଛି । କୋରାପୁଟ ଜିଲ୍ଲା ସଦରମହକୁମାରେ ଏକ ଏପରି ବ୍ଯକ୍ତି ଓ ଦଳର ସମର୍ଥକଙ୍କୁ ଦେଖିବାକୁ ମିଳିଥିଲା ।

କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ରଘୁରାମ ମାଛ ବୁଧବାର ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଆସିଥିବା ବେଳେ ବହୁ ସଂଖ୍ୟକ କର୍ମୀ ଓ ସମର୍ଥକ ଆସିଥିଲେ। ତେବେ ସୁନାବେଡ଼ା ଗଞ୍ଜାମ କଲୋନୀର ଜଣେ ଦୃଷ୍ଟି ବାଧିତ ବିଜେପି ସମର୍ଥକ ଶଙ୍କର ନାୟକ ରାସ୍ତାରେ ବୁଲୁଥିବା ବେଳେ କୁଆଡ଼େ ଘର କେଉଁଠି ଆସିଛ ବୋଲି ସେ ତାଙ୍କ ନାମ ଓ ଗାଁ କହିବା ସହିତ ଆମର ବିଜେପି ପ୍ରାର୍ଥୀ ଆଜି ପ୍ରାର୍ଥୀ ପତ୍ର ଦାଖଲ କରୁଛନ୍ତି ମୁଁ ଦେଖିବାକୁ ଆସିଛି ବୋଲି ଆଗ୍ରହର ସହିତ କହିଥିଲେ । ଏହା ଦେଖି ପ୍ରତୀୟମାନ ହେଉଥିଲା ତାଙ୍କର ଆଗ୍ରହ ସଚଳ ବ୍ଯକ୍ତିଙ୍କ ଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ।