କୋହ ଅଛି ହେଲେ କହିହେବନି : ପ୍ରାର୍ଥୀତ୍ବ ରୁ ବାଦ୍ ପଡିବା ପରେ ଅମର ଶତପଥୀ

ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଚୁପ କରାଇ ଦେଲା ।

୨୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା  :-> କୋହ ଅଛି ହେଲେ କହିହେବନି । ବଡଚଣା ବିଧାନସଭା ନିର୍ବାଚନମଣ୍ଡଳୀରେ ୬ ଥର ବିଧାୟକ ଥିବା ଅମର ପ୍ରସାଦ ଶତପଥୀଙ୍କ କଥା ଓ ମୁଁହ କୁ ଦେଖିଲେ ଏହାହିଁ ପ୍ରତୀୟମାନ ହେଉଛି । ଅନେକ କଥା କହିବାକୁ ଇଛା ଥିଲେ ବି କହିପାରୁ ନାହାନ୍ତି । ବହୁତ ଆଶା ବାନ୍ଧିଥିଲେ ଦଳ ତାଙ୍କୁ ଏଠାରୁ ପ୍ରାର୍ଥୀ କରିବ, ନହେଲେ ପୁଅଙ୍କୁ ମଇଦାନକୁ ଆଣିବେ ତାଙ୍କର ଉତ୍ତରାଧିକାରୀ ଭାବେ । ଯେଉଁଥିପାଇଁ ଏକ ବିରାଟ ଜନ ସମାଙ୍ଗମ କରି ଶକ୍ତି ପ୍ରଦର୍ଶନ କରି ତାଙ୍କ ଦଳର ଆଶାୟୀଙ୍କ ଉପରେ ଭାରି ପଡିବା ସହିତ ସୁପ୍ରିମ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସବୁଚେଷ୍ଟା ନିସ୍ଫଳ ହେଲା । କାହୁଁ ଆସିଲେ ଅଦିନ ବର୍ଷା ସବୁ ଆଶା କୁ ଧୋଇ ଦେଲେ ।

ଏଠାରେ ୬ ଥର ବିଧାୟକ ହୋଇ ୭ ଥର ପାଇଁ ଆଶାବାଦୀ ଥିବା ଏପରିକି ତାଙ୍କୁ ନହେଲେ ଅନ୍ୟ କିଛି ବିଧାୟକ ଙ୍କ ପରି ତାଙ୍କ ପୁଅଙ୍କୁ ଏଠାରୁ ଦଳ ପ୍ରାର୍ଥୀ କରୁ ବୋଲି ଭାବିଥିଲେ ଏବଂ ଆଶା ବି ଥିଲା । କିନ୍ତୁ ସବୁ ବିଫଳ ହୋଇଗଲା । ଅମରଙ୍କୁ ପ୍ରାର୍ଥୀ କଲେ ଦଳ ସେଭଳି ଲାଭବାନ୍ ହେବାର ସମ୍ଭାବନା ନଥିବା ଜାଣି ଏବଂ ଏଠାରେ ଏକାଧିକ ଆଶାୟୀ ଥିବାରୁ ମୁଳୁ ମାଇଲେ ନୀତିକୁ ଆପଣେଇ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଚୁପ କରାଇ ଦେଲା । କିନ୍ତୁ ଟିକେଟ୍ ପାଇବାରୁ ବଞ୍ଚିତ ଅମର ବାବୁ ବର୍ତ୍ତମାନ କିଛି ନକହିଲେ ବି ତାଙ୍କର କୋହ ଥିବା ଜଣା ପଡୁଥିଲା ବେଳେ କିଛି କହି ପାରୁ ନଥିବା ତାଙ୍କ କଥା ଓ ମୁହଁ ରୁ ବାରି ହେଇଯାଉଛି ।

ଖାଲି ସେତିକି ନୁହଁ ଟିକେଟ୍ ନମିଳିବାରୁ ତାଙ୍କର ସମର୍ଥକମାନଙ୍କୁ ଆଘାତ ଲାଗିଥିବା ବେଳେ ଅଞ୍ଚଳ ପାଇଁ ବହୁତ କିଛି କରିଥିବା କଥା କହିବା ସହିତ ମୁଁ ଜଣେ ଶୃଙ୍ଖଳିତ କର୍ମୀ ଏବଂ ମୁଖ୍ୟ ମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେଇଛନ୍ତି ତା ବିରୋଧରେ କିଛି କହିବାକୁ ମନା କରି ଦେଇଛନ୍ତି । ତେବେ ନକହି ନକହି ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ତାଙ୍କ ସମର୍ଥକ ମାନେ କୁଆଡ଼େ ତାଙ୍କୁ କହୁଛନ୍ତି ସ୍ବାଧୀନ ଭାବେ ଛିଡ଼ା ହେବା ପାଇଁ । ତେବେ ଅମର ବାବୁ କଣ କରୁଛନ୍ତି ପ୍ରାର୍ଥୀ ପତ୍ର ଦାଖଲ ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କଲେ ସବୁ ଜଣାପଡିବ । (ଶରତ ନାୟକ ଓ ଜୟକାନ୍ତ ରାଉତଙ୍କ ରିପୋର୍ଟ )