ନିଶ୍ଚିତ ମତଦାନ ପାଇଁ ଅନୁରୋଧ

 ୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଗଣତନ୍ତ୍ର କୁ ସଶକ୍ତ କରିଥାଏ ମତଦାନ।ମତଦାନ ପ୍ରତ୍ୟେକ ସାବାଳକର ଗଣତାନ୍ତ୍ରିକ ଅଧିକାର।ସେଥିପାଇଁ ନିର୍ବାଚନ କୁ ଗଣତନ୍ତ୍ର ର ମହାପର୍ବ ବୋଲି କୁହାଯାଏ।ତେଣୁ ପ୍ରତ୍ୟେକ ଭୋଟର ଆଗାମୀ ନିର୍ବାଚନ ରେ ନିଶ୍ଚିତ ମତଦାନ କରିବା ଉଚିତ।ସହରାଞ୍ଚଳରେ ମତଦାନ ହାରକୁ ବୃଦ୍ଧି ଲକ୍ଷ୍ୟ ରେ ଆଜି ପୂର୍ବାହ୍ନରେ ବିଶ୍ୱମ୍ଭର ବିଦ୍ୟାପୀଠ ଠାରେ ସୁଇପ ବା ସିଷ୍ଟୋମେଟିକ ଭୋଟରସ ଏଡୁକେସନ ଆଣ୍ଡ ଇଲେକ୍ଟରସ ପାର୍ଟିସିପେସନ ପ୍ରୋଗ୍ରାମ ଜରିଆରେ ଛାତ୍ର ଛାତ୍ରୀ ମାନଙ୍କ ମାଧ୍ୟମରେ ସେମାନଙ୍କ ପିତା ମାତା ଓ ଅଭିଭାବକ ମାନଙ୍କୁ ନିଶ୍ଚିତ ମତଦାନ ପାଇଁ ଅନୁରୋଧ ପତ୍ର ପ୍ରଦାନ କରାଯାଇଛି ।

ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଉପଜିଲ୍ଲାପାଳ ନୀଳମାଧବ ମାଝି, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ମନିଷା ଷଡ଼ଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବିଶ୍ୱମ୍ଭର ବିଦ୍ୟାପୀଠ ର ପ୍ରଧାନ ଶିକ୍ଷୟତ୍ରୀ ଶୁଭଶ୍ରୀ ଦାଶ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତି ରେ ଛାତ୍ରଛାତ୍ରୀ ମାନେ ଏହି ଅନୁରୋଧ ପତ୍ର ଲେଖିଥିଲେ ।

ଉପରୋକ୍ତ ଅଧିକାରୀ ମାନେ ଏକ ସୁଦୃଢ ଗଣତନ୍ତ୍ର ପାଇଁ ପ୍ରତିଟି ଭୋଟ ମୂଲ୍ୟବାନ ଏବଂ ପ୍ରତ୍ୟେକ ଭୋଟର ଆଗାମୀ ନିର୍ବାଚନରେ ନିଶ୍ଚିତ ମତଦାନ କରିବା କୁ ଅନୁରୋଧ କରିଥିଲେ।ତେଣୁ ଛାତ୍ରଛାତ୍ରୀ ମାନେ ସେମାନଙ୍କ ପିତା ମାତା ଓ ଅଭିଭାବକ ମାନଙ୍କୁ ମତଦାନ ଦିନ ନିଜ ନିଜ ବୁଥରେ ନିଶ୍ଚୟ ମତଦାନ କରିବାର ଆବଶ୍ୟକତା ପାଇଁ ପ୍ରବର୍ତ୍ତାଇବା ଉଚିତ।ଏହି ଅବସରରେ ପିଲା ମାନେ ଗଣତନ୍ତ୍ର ରେ ମତଦାନ ର ଆବଶ୍ୟକତା କୁ ଉପଲବ୍ଧି କରି ପିତା ମାତା ଓ ଅଭିଭାବକ ଙ୍କ ଉଦ୍ଦେଶ୍ୟ ରେ ଚିଠି ଲେଖି ମତଦାନ ପାଇଁ ଅନୁରୋଧ କରିଥିଲେ ।