ପୁରୀ ସହରର ଡ୍ରେନ ନିୟମିତ ପରିଷ୍କାର ପାଇଁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ

 ୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ପୁରୀ ସହରର ସମସ୍ତ ନାଳ ପରିଷ୍କାର ପରିଛନ୍ନ ରଖିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପୌରପାଳିକା କୁ ନିର୍ଦ୍ଦେଶ ଦେଇଛନ୍ତି।ପୁରୀ ଏକ ଧାର୍ମିକ, ଐତିହ୍ୟ ଓ ପର୍ଯ୍ୟଟନ ର ସହର ।ଦୈନିକ ହଜାର ହଜାର ଲୋକ ଙ୍କ ର ସମାଗମ ଏଠାରେ ହୋଇଥାଏ।ତେଣୁ ଏହାକୁ ନିୟମିତ ଭାବେ ସଫା ରଖିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ପୌରପାଳିକା ତତ୍ତ୍ୱାବଧାନରେ ଏଜେନ୍ସି ଜାଗୃତି କଲ୍ୟାଣ ସଂଗଠନ ଦ୍ୱାରା ପୁରୀ ଗ୍ରାଣ୍ଡ ରୋଡ ର ଗ୍ରାଣ୍ଡ ସେଣ୍ଟର ଠାରୁ ମରିଚକୋଟ ଛକ କଲଭର୍ଟ ପର୍ଯ୍ୟନ୍ତ ୨୪୪ ମିଟର ଡ୍ରେନ ନିଷ୍କାସନ ଓ ପରିଷ୍କାର କାର୍ଯ୍ୟ ଆରମ୍ଭ ହୋଇଛି ।ପୌରପାଳିକା ର ନିର୍ବାହୀ ଅଧିକାରୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା ଓ ଅନ୍ୟାନ୍ୟ ଅଧିକାରୀ କର୍ମଚାରୀ ମାନେ ଏହାକୁ ଅନୁଧ୍ୟାନ କରୁଛନ୍ତି ।