ଛେଳିଗଡ ଜଳପ୍ରକଳ୍ପ ସଂଗ୍ରାମ ସମିତିଙ୍କ ଦ୍ବାରା ୧୫ ଦଫା ଦାବି ନେଇ ରାସ୍ତାରୋକ – ଲିଖିତ ପ୍ରତିଶୃତି ପରେ ହଟିଲା ।

୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଆର,ଉଦୟଗିରି ବ୍ଲକର ଛେଳିଗଡ ଜଳପ୍ରକଳ୍ପ ବିସ୍ଥାପିତ ସଂଗ୍ରାମ ସମତି ଦ୍ବାରା ୧୫ ଦଫା ଦାବୀ ନେଇ ରାସ୍ତା ରୋକ କରାଯାଇଛି । ଜିଲ୍ଲା ଅଧିକାରୀଙ୍କ ଲିରତ ପ୍ରତିଶୃତି ପରେ ରାସ୍ତାରୋକ ହଟିଲା । ଆର,ଉଦୟଗିରି ବ୍ଳକ ଛେଳିଗଡ ବୁଢୀ ଅଞ୍ଚଳ ସଂଗ୍ରାମ ସମିତିର ପୂର୍ବ ନଷ୍ପତ୍ତି ପ୍ରକାରେ ସୋମବାର ଦିନ ସକାଳ ୬ଟାରୁ ବିସ୍ଥାପିତ ଅଞ୍ଚଳର ଶହ ଶହ ମହିଳା ପୁରୁଷ ଏକତ୍ରିତ ହୋଇ ଛେଳିଗଡ ପ୍ରକଳ୍ପ ରାସ୍ତା ଓ ହାଟପଦା ରାସ୍ତ ଉପରେ ବସି ଅବରୋଧ କରିଥିଲେ । ବୁଢୀ ଅଞ୍ଚଳର କ୍ଷତିଗ୍ରସ୍ତ ଲୋକଙ୍କ ୧୫ଗୋଟି ଦାବି ନେଇ ରାଜ୍ୟ ସରକାର ପ୍ରକଳ୍ପର ମୁଖ୍ୟ ଅଧିକାରୀ ଏବଂ ଗଜପତି ଜିଲ୍ଲାପାଳ ଲିଖିତ ଭାବରେ ଜଣାଇଥିଲେ । ଦୀର୍ଘ ବର୍ଷ ପରେ ମଧ୍ୟ ସରକାର ସେମାନଙ୍କ ଦାବୀ ଗୁଡିକ ପୂରଣ ନ କରିବାରୁ ବିସ୍ଥାପିତ ସଂଗ୍ରାମ ସମିତି ଜାତୀୟ ରାଜପଥ ୩୨୬ ରାସ୍ତାକୁ ଅବରୋଧ କରି ରଖିଥିଲେ ।

ସେମାନଙ୍କ ଦାବୀପୂରଣ ନହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟିନାହିଁ କି ପ୍ରକଳ୍ପ ଚାଲିଥିବା ସମସ୍ତ କାମ ବନ୍ଧ କରିବାକୁ ଅଡିବସିଥିଲେ । ରାସ୍ତା ଅବରୋଧ ହଟେଇବା ନିମନ୍ତେ ସ୍ଥାନୀୟ ପୋଲିସ ଆର,ଉଦୟଗିରି ,ମୋହନା ଥାନା ଅଧିକାରୀ ସହ ଦୁଇ ପ୍ଲାଟୁନ୍ ଫୋସ ଘଟଣାସ୍ଥଳରେ ପହଞ୍ଚି ଅବରୋଧ କାରୀଙ୍କୁ ବୁହୁବୁଝାସୁଝା କରିଥିଲେ ମଧ୍ୟ ବଢୀ ଅଞ୍ଚଳବାସୀ ରାଜିହୋଥିଲେ ଜିଲ୍ଲାପ୍ରଶାସନ ଆସିବାକୁ ଅଡିବସିଥିଲେ । ଜିଲ୍ଲାପାଳ ନିର୍ଦେଶ ଅନୁଯାଇ ୧୦.୩୦ ଜିଲ୍ଲାରୁ AED ZP ପୃଥିବୀରାଜ୍ ମଣ୍ଡଳ, ସ୍ପେଶଲ ଏଲ୍, ଓ ରିବିନ୍ଦ୍ର ନାଥ କହର, ଏସ୍ଡିପିଓ ଅଶ୍ବିନୀ ନାୟକ ଅବରୋଧ ସ୍ଥାନରେ ପହଞ୍ଚି ବିସ୍ଥାପିତ ଲୋକଙ୍କ ସହ ବହୁ ଆଲୋଚନା ପରେ ରାଜିହୋଥିଲେ ।

ନିର୍ବାଚନ ସରବା ପରେ ପ୍ରକଳ୍ପ ବିସ୍ଥାପିତ ଅଞ୍ଚଳବାସୀ ଏବଂ ଜିଲ୍ଲାପ୍ରଶାସନ ମଧ୍ୟରେ ସେହିଦିନ ପର୍ଯ୍ୟନ୍ତ ଛେଳିଗଡ ଜଳପ୍ରକଳ୍ପର ଯେଉଁ ସବୁ କାମ ଗୁଡିକ ବନ୍ଧ ରହିବ ବୋଲି ଲିଖିତ ପ୍ରତିଶୃତି ପରେ ରାସ୍ତାରୋକ ୨ଟା ହଟିଥିଲା । ଆଜିର ରାସ୍ତାରୋକ ଯୋଗୁଁ ଆଦର୍ଶ ଛାତ୍ରଛାତ୍ରୀମାନେ ଚାଲିଚାଲି ଗ୍ରାମଗୁଡିକୁ ଯାଉଥିବର ଦେବାକୁ ମିଳିଥିଲା । ରାସ୍ତା ଦୁଇ ପଟ ଶହ ଶହ ଯାତ୍ରିବାହୀ ଗାଡ ଓ ଟ୍ରକ ଅଟକି ରହିଥିଲା ଦ୍ବାରା ଆସୁଥିବା ଯାତ୍ରୀମାନେ ହଟହଟା ହୋଇଥିଲେ ।

ଏହି ରାସ୍ତାରୋକରେ ବୁୁଢୀ ଅଞ୍ଚଳର ସଂଗ୍ରାମ ସମିତିର ସଭାପତି ଚୈତନ୍ୟ ସାହୁ ନେତୁତ୍ବ ନେଇଥିବା ବେଳେ ତାଙ୍କସହ ଉପସଭାପତି ସୁରେନ୍ଦ୍ର ନାୟକ, ସଂମ୍ପାଦକ ଇଶ୍ବର ରଇତ, ଉପସଂମ୍ପାଦକ ରମାକାନ୍ତ ପ୍ରଧାନ, ଉପଦେଷ୍ଟା ରବିନ୍ଦ୍ର ନାୟକ, କମିଟି ସଦସ୍ୟ ନରତୁମ୍ବ ରଇତ କୁରେଶ ବଡରଇତ , ଗୋପାଳ ମହାଙ୍କୁଡ, କାତ୍ତୀକା ବଡରଇତ, ଧର ବଡରଇତ ଏବଂ ବୁଢୀ ଅଞ୍ଚଳର ସତାଧିକ ମହିଳା , ପୁରୁଷ ଏହି ରାସ୍ତାରୋକ ଯୋଗଦେଇଥିଲେ । ଶାନ୍ତୀ ଶୁଙ୍ଖୁଳା ରକ୍ଷା କରିବାକୁ ପାଇଁ ମୋହନା ଥାନା ଅଧିକାରୀ ସହ ଦୁଇ ପ୍ଲାଟୁନ ଏବଂ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ରହିଥିଲେ ।