ବିଶ୍ଵ ପୁସ୍ତକ ଦିବସ ୨୦୨୪ ପାଳିତ

୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା  :-> ବାଣପୁର ବିଧାରପୁର ସ୍ଥିତ ଶୁଭ ମଙ୍ଗଳ କଲ୍ୟାଣ ମଣ୍ଡପ ପରିସରରେ ସାହିତ୍ୟ ସିନ୍ଦୁରା ଓ ପରିଡ଼ା ପାଠାଗାର ଆନୁକୁଲ୍ୟରେ ଆଜି ବିଶ୍ଵ ପୁସ୍ତକ ଦିବସ ପାଳିତ ହୋଇଯାଇଛି। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ନ୍ରୂସିହ ଚରଣ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଉପଲକ୍ଷେ ଆୟୋଜିତ ସାରସ୍ଵତ ସଭାରେ ମୁଖ୍ୟ ବକ୍ତା ଭାବେ ବିଶ୍ଵମୁକ୍ତି ପତ୍ରିକା ର ସମ୍ପାଦକ ପ୍ରାଧ୍ୟାପକ ଡଃ ଶଶାଙ୍କ ଚୁଡ଼ାମଣି,

ମୁଖ୍ୟ ଅତିଥି ଭାବେ ର କୁହୁଡି ଜନତା ମହାବିଦ୍ୟାଳୟ ର ପ୍ରାକ୍ତନ ଓଡ଼ିଆ ଭାଷା ସାହିତ୍ୟର ପ୍ରାଧ୍ୟାପକ ଡଃ ଚନ୍ଦ୍ର ଶେଖର ଦାଶ, ସମ୍ମାନିତ ଅତିଥି ଭାବେ ଐତିହାସିକ ମଦନମୋହନ ମହାପାତ୍ର, କେଶପୁର ମହାବିଦ୍ୟାଳୟ ର ଓଡ଼ିଆ ଭାଷା ସାହିତ୍ୟର ପ୍ରାଧ୍ୟାପକ ବିଷ୍ନୁପ୍ରସାଦ ଦାଶ ପ୍ରମୁଖ ଯୋଗ ଦେଇ ବିଶ୍ଵ ପୁସ୍ତକ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଉଦ୍ ଵୋଧନ ଦେଇଥିଲେ।

ପ୍ରାରମ୍ଭ ରେ ଅତିଥି ମାନେ ଶ୍ରୀ ଜଗନ୍ନାଥ ଓ ମା ଭଗବତୀଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ମା ଭଗବତୀ କଳା ନିକେତନର ଶିଳ୍ପୀ ମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରି ଥିଲେ।ନାଟ୍ୟ ନିର୍ଦ୍ଦେଶକ ଜିତେନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମ ର ସନ୍ ଯୋଜନା କରିଥିବା ବେଳେ ଅନୁଷ୍ଠାନ ର ପ୍ରତିଷ୍ଠାତା ଗୋଲକ ବିହାରୀ ପରିଡ଼ା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଉତ୍ସବରେ ଅଞ୍ଚଳର ବହୁ ସାହିତ୍ୟିକ ଯୋଗ ଦେଇଥିଲେ।