ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅଫିସ ସମ୍ମୁଖରୁ ୧୫ ଫୁଟର କିଙ୍ଗ୍ କୋବ୍ରା ଉଦ୍ଧାର

୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ଗୋଷାଣି ବ୍ଲକ କାର୍ଯ କାର୍ଯ୍ୟାଳୟ ସମ୍ମୁଖରୁ ୧୫ ଫୁଟ ଲମ୍ବର କିଙ୍ଗ କୋବ୍ରା ଉଦ୍ଧାର କରାଯାଇଛି । କିଙ୍ଗ କୋବ୍ରା ଗୋଷାଣି ଗ୍ରାମର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଏକ ୱାଟର ସର୍ଭିସିଂ ସେଣ୍ଟର୍‌ର ପାଣିକୁଣ୍ଡ ଭିତରେ ରହିଥ‌ିବା ଦେଖୁଥିଲେ ଲୋକେ । ଗଜପତିରେ ଏହି ସାପ ଧରିବାକୁ ସ୍ନେକ ହେଲ୍ପଲାଇନ କର୍ମଚାରୀ ନ ଥୁବା ବେଳେ ବନ ବିଭାଗ ପକ୍ଷରୁ ବ୍ରହ୍ମପୁର ସ୍ନେକ ହେଲ୍ପଲାଇନ ସହ ଯୋଗାଯୋଗ କରାଯାଇ ପାଇଥିଲା |

ବ୍ରହ୍ମପୁରରୁ ଏକ ସ୍ବତନ୍ତ୍ର ଟିମ୍ ଆସିବା ପର୍ଯ୍ୟନ୍ତ ସାପ ଉପରେ ନଜର ରଖୁଥୁଲେ ମହେନ୍ଦ୍ର ବନାଞ୍ଚଳ ବନ ଅଧିକାରୀ ଅମିତ ଶୁଭ୍ରଜୀତ, ଗାରବନ୍ଧା ସେକ୍ସନର ବନପାଳ ଦୁର୍ଯ୍ୟଧନ ଜେନା ଏବଂ ତାଙ୍କ ଟିମ୍ । ବ୍ରହ୍ମପୁର ସ୍ପେକ୍ ହେଲ୍ପଲାଇନ କର୍ମଚାରୀ ପହଞ୍ଚି ସାପକୁ ଧରିବାରେ ସଫଳ ହୋଇଥିଲେ । ପରେ ବନ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ସାପକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା ।