ବିରୋଧୀ ଦଳର ୪୫ରୁ ଉର୍ଦ୍ଧ୍ୱ ନେତା ବିଜେଡିରେ ଯୋଗ ଦେଲେ – ବଢୁଛି ଅରୁଣଙ୍କ କ୍ରେଜ୍

ଚମ୍ପତ୍ତିପୁର, ମାନ୍ଧାତାପୁର ଓ ଚଣ୍ଡିବସ୍ତର ବିରୋଧୀ ଦଳର ନେତା ବିଜେଡିରେ ସାମିଲ

୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଅଧୀକ ଶକ୍ତିଶାଳୀ ହେଉଛି ବିଜେଡି । ଗତ କିଛି ଦିନ ଧରି ବିରୋଧୀ ଶିବିରର ଅନେକ ନେତା ଓ କର୍ମୀ ବିଜେଡିରେ ଯୋଗ ଦେବାରେ ଲାଗିଛନ୍ତି । ବିରୋଧୀ ଶିବିର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ବିରୋଧୀ ଶିବିରରେ ସେତିକି ନିରାଶ ଦେଖିବାକୁ ମିଳୁଛି । ଦୁର୍ବଳ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ଶିବିର । ପ୍ରତ୍ୟେକ ଦିନ ବିଜେପି ଛାଡ଼ି ବିଜେଡ଼ିରେ ବିଜେପି କର୍ମୀଙ୍କ ବିଜେଡ଼ିରେ ମିଶ୍ରଣ ଓ ବିଜେଡ଼ି ଏକତାରେ ଶକ୍ତିଶାଳୀ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ଶିବିର । ଅରୁଣଙ୍କ କ୍ରେଜ୍ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଚିନ୍ତାଧାରା ଏବଂ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଶାନ୍ତି, ମୈତ୍ରୀ, ଉନ୍ନତୀ ଓ ସମାଜ ସଂସ୍କାରର ନାରା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ମଜୁବୁତ କରିଛି । ଆଗାମୀ ସାଧାରଣ ନିର୍ବାଚନରେ ୨ ଲକ୍ଷ ୧୪ ହଜାର ଭୋଟର ମତଦାନ କରିବାକୁ ଥିବା ବେଳେ ବିଜେଡି ଯୁବ ଓ ମହିଳା ଭୋଟରଙ୍କୁ ପ୍ରାଧ୍ୟାନ୍ୟ ଦେଉଛି । ଫଳରେ ନିର୍ବାଚନ ମଣ୍ଡଳୀରେ ବିଜେଡି ଶକ୍ତି ବୃଦ୍ଧି ହୋଇ ଚାଲିଥିବା ବେଳେ ବିରୋଧି ସଂଗଠନ ଦୁର୍ବଳ ହେଉଛି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଚମ୍ପତ୍ତିପୁର ଗ୍ରାମ ପଞ୍ଚାୟତର ୧୯ ରୁ ଉର୍ଦ୍ଧ୍ୱ ବିଜେପି ନେତା ବିଜେଡିରେ ଯୋଗ ଦେଇଥିବା ବେଳେ ଜେମାଦେଇପୁର ପାଟଣା ଗ୍ରାମ ପଞ୍ଚାୟତ ମାନ୍ଧାତାପୁର ଗ୍ରାମର ୧୫ରୁ ଉର୍ଦ୍ଧ୍ୱ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି ।

ଏଥି ସହିତ ଚଣ୍ଡିବସ୍ତ ଗ୍ରାମର ୧୨ ବିରୋଧୀ ନେତା ବିଜେଡିରେ ସାମିଲ ହୋଇଛନ୍ତି । ଅରୁଣଙ୍କ ନିର୍ବାଚନୀ ପ୍ରଚାର ସମୟରେ ଚମ୍ପତ୍ତିପୁର ଗ୍ରାମ ପଞ୍ଚାୟତର ଅଜିତ୍ କୁମାର ସାଥୁଆ, ଭଗବାନ ସାହୁ, ରସାନନ୍ଦ ସ୍ୱାଇଁ, ଜିତେନ୍ଦ୍ର ଲେଙ୍କା, ଜ୍ୟୋତିରଞ୍ଜନ ପଟ୍ଟନାୟକ, ବାଳକୃଷ୍ଣ ରଥୀ, ସୁମନ ସାହୁ, ବାବୁଲି ବିଶ୍ୱାଳ, କବିର ବରାଡ଼, ରାଜକିଶୋର ନାୟକ, ମୁନା ଶତପଥୀ, ସଂଜୀବ କୁମାର ସାହୁ, ବିକାଶ ବେହେରା, ଶାନ୍ତିଲତା ସାହୁ, ସୌଭାଗ୍ୟ ନାୟକ, ରାଧା ନାୟକ, ବଟ ଚମ୍ପତି, କନକ ମହାନ୍ତି ଓ ପୁର୍ଣ୍ଣ ମହାନ୍ତି ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି । ସେହିପରି ଭାବେ ରାଜପାଟଣା ପଞ୍ଚାୟତ ମାନ୍ଧାତାପୁର ଗ୍ରାମର ମାନସ କୁମାର ମିଶ୍ର,

ବସନ୍ତ କୁମାର ମହାପାତ୍ର, କପିଳେନ୍ଦ୍ର ମହାପାତ୍ର, ପ୍ରତାପ କୁମାର ମହାପାତ୍ର, ଜଟାଧାରୀ ମହାପାତ୍ର, ସନ୍ତୋଷ କୁମାର ମହାପାତ୍ର, ବିଶ୍ୱନାଥ ବେହେରା, ଦିଲ୍ଲୀପ ବେହେରା, ଯୁଧିଷ୍ଠିର ମଲ୍ଲିକ, ବିକାଶ କୁମାର ମଲ୍ଲିକ, ଚିନ୍ମୟ ଜଗଦେବ, କାହ୍ନୁ ଚରଣ ମହାପାତ୍ର, ଆକାଶ କୁମାର ମଲ୍ଲୀକ, ମନମୋହନ ମିଶ୍ର ଓ ସତ୍ୟନାରାୟଣ ମିଶ୍ର ପ୍ରମୁଖ ବିଜୁ ଜନତା କାର୍ଯ୍ୟାଳୟରେ ବିଜେଡିରେ ଯୋଗ ଦେଇଛନ୍ତି । ଚଣ୍ଡିବସ୍ତ ଗ୍ରାମ ପଞ୍ଚାୟତର ଅନନ୍ତ ପ୍ରଧାନ, ରମେଶ ମଙ୍ଗଳ, ଭାବ ପ୍ରଧାନ, କାଳୁଚରଣ ଧଳ, ମାଧବ ଚନ୍ଦ୍ର ଧଳ, ବାବୁଲା ମଙ୍ଗଳ, ଜିତେନ୍ଦ୍ର କୁମାର ପ୍ରଧାନ, ସୁରେଶ ସାହୁ, ପିଣ୍ଟୁ ପ୍ରଧାନ, ମଦନ ବିଶ୍ୱାଳ, ନବ ପ୍ରଧାନ ଓ ଶମ୍ଭୁ ପ୍ରଧାନ ପ୍ରମୁଖ ବିରୋଧୀ ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି ।

ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିଜୁ ଜନତା ଦଳ କାର‌୍ୟ୍ୟାଳୟରେ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ପୌରାଞ୍ଚଳର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବିନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ବିରୋଧୀ ଦଳର ନେତା ମାନେ ବିଜେଡିରେ ଯୋଗ ଦେବା ପରେ ଆଗାମୀ ଦିନରେ ବିଜେଡିକୁ ଅଧୀକ ଶକ୍ତିଶାଳୀ କରିବା ପାଇଁ ନାରାବାଜି ଦେଇଥିଲେ । ଅରୁଣ ସାହୁ ଜିନ୍ଦାବାଦ ଓ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାରେ ବିଜୁ ଜନତା କାର୍ଯ୍ୟାଳୟ ପ୍ରକମ୍ପିତ ହୋଇଥିଲା ।