ମହେଶ ସାହୁ ହିନ୍ଦୋଳ ବିଜେଡି ବିଧାୟକ ପ୍ରାର୍ଥୀ

୨୨ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନ  :-> ସବୁ କଳ୍ପନା, ଜଳ୍ପନା ର ଅବସାନ ଘଟାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେ଼ଙ୍କାନାଳ ଜିଲ୍ଲାର ନିର୍ବିବାଦିୟ,ନିଷ୍କଳଙ୍କ , ଲୋକପ୍ରିୟ ତଥା ଜନତାଙ୍କ ନେତା ମହେଶ ସାହୁ ଙ୍କୁ ହିନ୍ଦୋଳ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।

ଫଳରେ ଦୀର୍ଘ ଦିନ ହେଲା ଲାଗି ରହିଥିବା କଳ୍ପନା ର ଅବସାନ ଘଟିଛି। ମହେଶ ଙ୍କୁ ପ୍ରାର୍ଥୀ ଘୋଷଣା ପରେ ସାରା ଜିଲ୍ଲାରେ ଆନନ୍ଦ ପ୍ରକାଶ ପାଇଛି। ମହେଶ ସାହୁ ପୂର୍ବରୁ ତାଳଚେର,ପାଲଲହଡ଼ା ରୁ ବିଧାୟକ ହୋଇଥିଲେ ଓ ୨୦୧୯ ଶେଷ ମୁହୂର୍ତ୍ତରେ ଢେ଼ଙ୍କାନାଳ ସାଂସଦ ପ୍ରାର୍ଥୀ ହୋଇ ବିଜେପି ର ଭେଟରାନ ନେତା ଙ୍କୁ ହରାଇ ବିଜୟୀ ହୋଇଥିଲେ ।