ସୁଖିଲା ଗଛଡାଳ ଭାଙ୍ଗିପଡି ଜଣେ ମୃତ୍ୟୁ , ଦୁଇ ଆହତ , କ୍ଷେତି ପୂରଣ ଛେଳିଗଡ ରୁ ରାମଗିରି ଓ ଆର,ଉଦୟଗିରି ଅବରୋଧ

୨୧ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଉଦୟଗିରି :- ଆର,ଉଦୟଗିରି ଥାନା ପଦ୍ମପୁର ଗ୍ରାମର ଦୁଇ ଜଣ ଏବଂ ପିଚୁ କାମ ପାଇଁ ଆସିବା ଶ୍ରମିକ ମିଶି ଏକ ବାଇକ୍ ଛେଳିଗଡ ବଜାରକୁ ଯାଉଥିବା ରାମଗିରି ଛକରେ ଥିବା କାକପୋଇ ଗଛ ଦୀର୍ଘ ବର୍ଷ ଧରି ଥିବା ରାସ୍ତା ସାଇଡି ରହିଥିଲା । ରବିବାର ସନ୍ଧ୍ୟା୬.୩୦ ସାମନ୍ୟ ପବନ ହେବରୁ ରାସ୍ତା ସାଇଡିୀବା ଗଛ ସୁଖିଲା ଡୁଆ ଭାଙ୍ଗି ପଡି ବାଇକ୍ ଚାଳକ ଉପରେ ପଡିଯିବା ଦ୍ବରା ପଦ୍ମପୁର ପୂଣ୍ଣଚନ୍ଦ୍ର ପାଇକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ବାଇକି ଥିବା ଅନ୍ୟ ଦୁଜ ମଧ୍ୟରୁ ଜଣେ ଗୁରୁତର ଆହତ ହୋଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଏହାକୁ ପାଖରେ ଥିବା ଲୋକେ ଦେଖି ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ପଠାଇଥିଲେ । ସେଠାର ଡାକ୍ତର ଗୁରୁତର ଥିବାରୁ ତାକୁ ବ୍ରହ୍ମପୁର ବଡ ମେଡିକଲ ଅଧିକ ଚିକିତ୍ସା ପାଇଁ ପଠାଇଥିଲେ । ମୃତ୍ୟୁ ପରିବାର ଓ ଗ୍ରାମବାସୀ ରାସ୍ତା ଉପରେ ଶବ ରଖି କ୍ଷେତି ପୂରଣ ଦାବି ନେଇ ଛେଳିଗଡ ରାମଗିରି ଓ ଛେଳିଗଡ ଆର,ଉଦୟଗିରି ରାସ୍ତା ଅବରୋଧ କରିରଖିଛନ୍ତି ।ଏହି ଖବର ପାଇ ଘଟଣାସ୍ଥଳକୁ ଆର,ଉଦୟଗିରି ପିଲିସ ପହଞ୍ଚି ଏହାର ତଦନ୍ତ କରିବା ସହ ରାସ୍ତା ଅବରୋଧ କୁରୁଥିବା ବ୍ୟକ୍ତି ବୁଝାସୁଝା କରିଥିଲେ । ଏହାପରେ ସ୍ଥାନୀୟ ବିଡିଓ ପହିଞ୍ଚି ଅବରୋଧ କାରିସହ ରାସ୍ତା ଉପରେ ଥଳେ ବସି ମୃତ୍ୟୁ ପରିବାରଙ୍କୁ ରେଡକ୍ରସ ତରଫରୁ ୨୦ ହଜାର , ହରିଚନ୍ଦ୍ର ଯୋଜନା ୩ହଜାର, ପ୍ରାକୁଟିକ ଯନିତ ମୃତ୍ୟୁ କାଳିନ ସହାୟକ ବାବଦକୁ ଥିବା ୪ଲକ୍ଷ ଟଙ୍କା ସହ ତାଙ୍କ ସ୍ତ୍ରୀଙ୍କୁ କୌଣସି ଅନୁଷ୍ଠାନରେ ନିୟୁକ୍ତି ଦିଆଯିବାର ଲେଖିଭାବେ ଦେବାପରେ ରାସ୍ତା ଅବରୋଧ ରାତ୍ର ୧୦.୩୦ରେ ହଟିଥିଲା । , ପରିବାର ଅଭିଯୋଗ କରୁଛନ୍ତି ଯେ ପୂତ୍ତ ବିଭାଗ ଖାମଖିଆଲି ନିତି ଯୋଗୁଁ ଜଣେ ମୃତ୍ୟୁ ବରଣ କରିଛନ୍ତି । ଯଦି ସୁଖିଲା ଗଛକୁ ପୂତ୍ତ ବିଭାଗ ଦ୍ବାରା କଟାଯାଇଥାନ୍ତା ତାହାହେଲେ ଆଜି ପୂଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋନଥାନ୍ତା ।