ଶକ୍ତିଶାଳୀ ହେଉଛି ବିଜେଡି : ପଞ୍ଚମ ବିଜୟ ଲକ୍ଷରେ ଅରୁଣ – ଗାଁରେ ପହଞ୍ଚୁଛି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

୨୧ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ରେ ବିଜୁ ଜନତା ଦଳ ବୃହତ ବିଜୟ ଲକ୍ଷରେ ରହିଛି । ଶହ ଶହ ବିରୋଧି କର୍ମୀ ଦଳରେ ସାମିଲ ହେଉଥିବା ବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପଞ୍ଚମ ବିଜୟ ଲକ୍ଷରେ ରହିଛନ୍ତି । ଚଳିତ ନିର୍ବାଚନରେ ବିଜୁ ଜନତା ଦଳ କିଭଳି ବଲ ପଦର୍ଶନ କରିବ, ସେଥିପାଇଁ ଜୋରଦାର ପ୍ରୟାସ କରାଯାଇଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ରହିଥିବା ୨ ଲକ୍ଷ ୧୪ ହଜାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରାଯାଉଛି ।

ନୟାଗଡ଼ ବ୍ଲକର ୨୯ଟି ପଞ୍ଚାୟତ, ଓଡ଼ଗାଁ ବ୍ଲକର ୧୮ ପଞ୍ଚାୟତ, ଓଡ଼ଗାଁ ଏନଏସି, ନୟାଗଡ଼ ପୈାର ପରିଷଦକୁ ନେଇ ଗଠିତ ନୟାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପ୍ରଚାର ଆରମ୍ଭ ହୋଇଛି । ନୟାଗଡ଼ ସହରର ବିଭିନ୍ନ ଗଳି କନ୍ଦିରେ କାଉନସିଲର, ନେତା, କର୍ମୀ ଓ କାଉନସିଲରମାନେ ପ୍ରଚାର କାର୍ଯ୍ୟ ଚଳାଇଥିବା ବେଳେ ବିଧାୟକ ଡ. ସାହୁ ବିଭିନ୍ନ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ।

ଆଜି ନୟାଗଡ଼ ବିଧାୟକ ଡ. ସାହୁ ଉଦୟପୁର, ଗବନଳ, ଅସୁରଢିପା, ସଠିଆପଲ୍ଲୀ, ଗୋଡ଼ିଆଳି, ଗୁପ୍ତପଲ୍ଲୀ, ବାରବାଟୀ, ଡିହଗାଁ ପ୍ରଭୃତି ଗାଁକୁ ଯାଇ ପ୍ରଚାର କରିଛନ୍ତି । ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନା ଏବଂ ଚିନ୍ତାଧାରାକୁ ଲୋକଙ୍କ ସାମ୍ନାରେ ଉପସ୍ଥାପନ କରୁଛନ୍ତି । ପ୍ରତ୍ୟେକ ଗାଁର ବରିଷ୍ଠ ନାଗରିକ,

ଯୁବକ ଓ ମହିଳାଙ୍କୁ ଏକାଠି କରି ବିକାଶ ଓ ଉନ୍ନତୀ ପାଇଁ ବିଜୁ ଜନତା ଦଳକୁ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି । ଡବଲ ଶଙ୍ଖକୁ ବିଜୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଉପସ୍ଥାପନ କରିଛନ୍ତି । ବିଧାୟକଙ୍କ ସହ ବ୍ଲକ କିଶୋର ଚନ୍ଦ୍ର ସାହୁ ଏବଂ ଅନେକ ନେତା ଓ କର୍ମୀ ସାମିଲ ରହିଥିଲେ । ଗୁପ୍ତପଲ୍ଲୀ ଗ୍ରାମଠାରେ ପ୍ରଚାର ସମୟରେ ଚମ୍ପତ୍ତିପୁର ପଞ୍ଚାୟତର ୩୦ରୁ ଉର୍ଦ୍ଧ୍ୱ ଯୁବକ ବିଜୁ ଜନତା ଦଳରେ ସାମିଲ ହୋଇଥିବା ଜଣାପଡ଼ିଛି ।